ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଓ ସ୍ମାରକ ପତ୍ର ପ୍ରଦାନ

ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ନଭେମ୍ବର ୨୪ ତାରିଖ ଦିନ ପ୍ରତିବାଦ ସଭା, ଧାରଣା ଓ ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ସମ୍ପୂର୍ଣ ଭାବେ ବିଫଳ ହୋଇଥିବା ଦର୍ଶାଇବା ସହ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ମିଳିଥିବା ଗ୍ୟାସ ହାଣ୍ଡି ଓ ଚୁଲା ଏବେ ବ୍ୟବହାର ହେଉନଥିବା ବେଳେ ପୂର୍ବପରି କାଠ ଚୂଲିରେ ରୋଷେଇ କରୁଛନ୍ତି ବୋଲି ଦଳୀୟନେତୃବର୍ଗ ମତ ପ୍ରଦାନ କରିଥିଲେ । ମଧ୍ୟବିତ୍ତ ପାରିବାରଙ୍କୁ ମଧ୍ୟ ଗ୍ୟାସ ଦର ବୃଦ୍ଧି ହନ୍ତସନ୍ତ କରିସାରିଲାଣି ବୋଲି କହିଥିଲେ । ବ୍ଲକ ଅଫିସ ସମ୍ମୁଖରେ ବିଜେଡି କର୍ମୀ ମାନେ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସଭାପତି ସୁଧାଂଶୁ ପାଣିଗ୍ରାହୀ, ମହିଳା ସଭାନେତ୍ରୀ ଶିତଲ ନାୟକ, ଛାତ୍ର ସଭାପତି ରୋଶନ ନାୟକ,ବ୍ଲକ ବିଜୁ ସଂଖ୍ୟାଲଘୁ ସଭାପତି ମନୋରଞ୍ଜନ ଦିଗାଳ, ଜିଲ୍ଲା ଯୁବ ସମ୍ପାଦକ ମିଥୁନ ଦିଗାଳ,ପଂଚାୟତ ସଭାପତି ସୁଶାନ୍ତ ପଣ୍ଡା,ସରପଞ୍ଚ ପଞ୍ଚୁ ପ୍ରଧାନ, ନେତୃତ୍ୱ ନେଇଥିବା ବେଳେ ବହୁ ସଂଖ୍ୟକ ବରିଷ୍ଠ କର୍ମୀଙ୍କ ସହ ମହିଳା, ଯୁବ, ଛାତ୍ର କର୍ମିମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲ ସଭାପତି ଜୟାନନ୍ଦ ନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ