ଗ୍ୟାସ ନିଆଁ ଲାଗି ୩ ବଖରା ଘର ପୋଡି ନଷ୍ଟ
ମୋହନା, (ଅଂଶୁମାନ ପଣ୍ଡା) :ନିଆଁ ଲାଗି ଗୋଟିଏ ପରିବାରର ୩ ବଖରା ଘର ପୋଡି ନଷ୍ଟ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ଗାଁର ଚୁଡାମଣି ବେହେରଦଳାଇଙ୍କ ସ୍ତ୍ରୀ ସକାଳ୭ଟା ରୋଷେଇ ଘରେ ଗ୍ୟାସଚୁଲା ରେ ରୋଷେଇ କରୁଥିବା ବେଳେ ଗିଆଶ ଲିକ ହୋଇ ନିଆଁ ଲାଗି ରୋଷେଇ ଘର ସମେତ ୩ ବଖରା ଓ ଘର ସାମଗ୍ରୀ ସହ ଆସବାଵ ପତ୍ର ଆଦି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ମୋହନା ଅଗ୍ନିଶ୍ରମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ଏବଂ୫୦ହଜାର ଟଙ୍କା ରୁ ଉର୍ଦ୍ଧ କ୍ଷେତି ହୋଇ ଥିବା ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତମହାପାତ୍ର କହିଛନ୍ତି ।


