ଗଡ଼ୁନି ବସ୍ : ଦୁଶ୍ଚିନ୍ତାରେ ମାଲିକ ଓ କର୍ମଚାରୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଲକଡ଼ାଉନ କଟକଣା ଆସନ୍ତା ମେ ୧୭ ତାରିଖ ପର୍ଯ୍ରନ୍ତ ବଳବତର ରହିଥିବା ବେଳେ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି ୠ୍ରିନ୍ ଜୋନରେ ବସ ଚଳାଚଳ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିଲା । କିନ୍ତୁ ବସ୍ରେ ୫୦% ଯାତ୍ରୀ ପରିବହନ ନେଇ ବସ ମାଲିକ ସନ୍ଦିହୀନ ହୋଇଥିଲେ । ଏଭଳି ଅବସ୍ଥାରେ ସୁରଥ ଫେରନ୍ତା ପ୍ରବାସୀଙ୍କ ମଧ୍ୟରେ କରୋନା ଭୁତାଣୁରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ପରବର୍ତି ସମୟରେ ଅରେଞ୍ଜ ଓ ରୋଡ଼୍ ଜୋନରେ ପରିଣତ ହୋଇଛି । ଫଳରେ ଗଞ୍ଜାମ ଜିଲ୍ଲାରେ ବସ ଚଳାଚଳ ନେଇ ସମ୍ପୁର୍ଣ୍ଣ କଟକଣା ରହିଛି । ତାହା ବି ପୁଣି କେବେ ଚଳାଚଳ କରିବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ଏଭଳି ସ୍ଥିତିରେ ବସ ମାଲିକଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି ।
ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ମାର୍ଚ୍ଚ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ସାରା ଦେଶକୁ ଜନତା କର୍ଫ୍ୟୁ ଜାରୀ କରିଥିଲେ । ମାର୍ଚ୍ଚ ୨୪ ତାରିଖ ପରାଠାରୁ ବସ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଛି । ଫଳରେ ବସ ମାଲିକଙ୍କ ଠାରେ ଋଣ କରି କିଣାଯାଇଥିବା ଅର୍ଥ ପାଇନାନ୍ସ କମ୍ପାନୀକୁ ପରିଶୋଧ କରିବା ଅସମ୍ଭବ ହୋଇଛି ବୋଲି ହିଂଜିଳିକାଟୁ ଘରୋଇ ବସ ମାଲିକ ସଂଘର ସଭ୍ୟ ସୁଶାନ୍ତ ପ୍ରଧାନ କହିଛନ୍ତି । ଏହି ପରିପ୍ରେକ୍ଷୀରେ ୬ମାସର କିସ୍ତି ଋଣ ସହ ସୁଧ ଛାଡ଼ କରିବା ସହ ବୀମା ସମୟସୀମା ଅଧିକ ୬ ମାସ ବୃଦ୍ଧି କରିବାକୁ ବହୁ ଘରୋଇ ବସ ମାଲିକ ମାନେ ଦାବୀ କରିଛନ୍ତି । ଗାଡ଼ି ନଗଡ଼ିବା ଯୋଗୁଁ ବସ ମାଲିକଙ୍କୁ ଘୋର ଅର୍ଥନୈତିକ ଦେବାଳିଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିଛନ୍ତି । ଅନୁରୂପ ଭାବେ ବିଭିନ୍ନ ଘରୋଇ ବସରେ କାର୍ଯ୍ୟ କରୁଥିବା ଚାଳକ, କଣ୍ଡକ୍ଟର ଓ ହେଲପରଙ୍କ ପେଟପାଟଣା ପାଇଁ ଏବେ ଘୋର ଆର୍ଥୀକ ସଙ୍କଟ ଉପୁଜିଛି । ଦୀର୍ଘ ୫୦ ଦିନ ଧରି ବସ ପଡ଼ିରହୌିବା ଯୋଗୁଁ ପରିବହନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ରୋଜଗାର ମଧ୍ୟ ବନ୍ଦ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି ।