ଗ‌ଞ୍ଜାମରେ ସମସ୍ତ ଧର୍ମାନୁଷ୍ଠାନ,ପାର୍କ, ସମୁଦ୍ର ବେଳାଭୂମି, ପଡ଼ିଆ ଓ ବିଭିନ୍ନ ହ୍ରଦ ୭ ଦିନ ପାଇଁ ବନ୍ଦ

ବ୍ରହ୍ମପୁର, (ଅନିଲ କୁମାର): ଗ‌ଞ୍ଜାମରେ ଦିନକରେ ୮୦ ପଜିଟିଭ ଚି‌ହ୍ନଟ ହେବା ପରେ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ର ବେଳାଭୂମି, ପଡ଼ିଆ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସମୟରେ ସଂପୃକ୍ତ ସ୍ଥାନଗୁଡିକୁ ବିଶୋଧନ କରାଯିବ । ଆସନ୍ତା ୨୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ବି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି। ଏହାଛଡ଼ା ହିଞ୍ଜିଳିକାଟୁ, ଆସ୍କା, ଭଞ୍ଜନଗର, ଓ ବ୍ରହ୍ମପୁରଠାରେ କୋଭିଡ୍‌ କେୟାର୍‌ ସେଣ୍ଟର୍‌କୁ କାର୍ଯ୍ୟକ୍ଷମ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ