ଘଟଗାଁ ଗଦାଧରପୁର ଗ୍ରାମକୁ କେନ୍ଦୁଝର ଜିଲ୍ଲାର ଲୋକକଳା ଗ୍ରାମ ମାନ୍ୟତା
ଘଟଗାଁ()ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ନିର୍ଦ୍ଧିଷ୍ଟ ଗୋଟିଏ ଗ୍ରାମକୁ ଲୋକକଳା ଗ୍ରାମର ମାନ୍ୟତା ଦିଆଯାଉଥିବା ବେଳେ ଗତକାଲି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ଗ୍ରାମକୁ କେନ୍ଦୁଝର ଜିଲ୍ଲାର ଲୋକକଳା ଗ୍ରାମ ଭାବରେ ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ସାରା ରାଜ୍ୟରେ ଆମର କଳା ସଂସ୍କୃତି ଦିନକୁ ଦିନ ଲୋପ ପାଉଥିବା ହେବୁ ରାଜ୍ୟ ସରକାର ଆମ ରାଜ୍ୟରେ ଏହି କଳା ଓ ସଂସ୍କୃତିକୁ କିପରି ଭାବେ ଆଗକୁ ବଢିବାରେ ଲାଗିବ ସେ ନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ କଳା ଗ୍ରାମ ଲୋକାର୍ପଣ କରାଯାଉଅଛି । ଯାହା ଆଜି ଘଟଗାଁ ବ୍ଲକ୍ ଗଦାଧରପୁର ଗ୍ରାମକଲ୍କେନ୍ଦୁଝର ଜିଲ୍ଲାର ଲୋକକଳା ଗ୍ରାମ ଭାବରେ ମାନ୍ୟତା ପାଇଲା । ପରେ ପରେ ଅଂଚଳର କଳାକାର କାର ମାନେ ଅତିଥି ମାନଙ୍କ ସମ୍ମୁଖରେ କଳା ପ୍ରଦର୍ଶନ କରିଥିଲେ । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମଟିକୁ ଦେଖିବା ପାଇଁ ଶହ ଶହ ଅଂଚଳବାସୀକୁ ଦେଖିବାକୁ ମିଳିଥିଲା ।