ଘଟଗାଁ ଠାରେ ଏମ୍ସ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ ଏମସ (ଇଓଗଝ) ପ୍ରତିଷ୍ଠା କରିବାପାଇଁ ବିଶିଷ୍ଟ ସମାଜସେବୀ ଶ୍ରୀ ବିଶ୍ୱରଞ୍ଜନ ବେହେରା ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି । ଖଣି ଅଞ୍ଚଳର ଦୁଷିତ ପରିବେଶରେ ଦୁର୍ଗମ ପାହାଡ ଜଂଗଲ ଘେରା ଅଞ୍ଚଳରେ ଲୋକମାନେ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତୁ୍ୟବରଣ କରୁଥିବାବେଳେ ଆଉ କିଛି ଲୋକ ଆଜି ପର୍ଯ୍ୟନ୍ତ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସର ଶୀକାର ହେଉଛନ୍ତି । ଜିଲ୍ଲାରେ ଡାକ୍ତର ଓ ବିଶେଷଜ୍ଞଙ୍କ ଅଭାବ ସାଙ୍ଗକୁ ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ତ୍ୟସେବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ରୋଗୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ଏମସରେ କେନ୍ଦୁଝରର ଆଦିବାସୀ ରୋଗୀମାନେ ସ୍ଥାନ ପାଇ ନପାରି ଅକାଳରେ ଜୀବନ ହାରୁଛନ୍ତି । ସେଥିବାପାଇଁ କେନ୍ଦୁଝର ଜିଲ୍ଲାର ଘଟଗାଁ ଠାରେ ଏମସ ପ୍ରତିଷ୍ଠା କରାଗଷଳ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର ଭଳି ପଶ୍ଚିମ ଓଡିଶାର ଲୋକମାନେ ଉପକୃତ ହୋଇପାରିବେ । ଘଟଗାଁ ମା ତାରିଣୀ ପୀଠ ଓଡିଶାର ପ୍ରସିଦ୍ଧ ଦେବୀ ପିଠ ଭାବେ ପୁରୀ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଥିବାରୁ ଏହା ଭାରତର ଶ୍ରେଷ୍ଠ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇପାରିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହେଉଥିବାରୁ କାଶୀ ବିଶ୍ୱନାଥ ମନ୍ଦିର ପରିକ୍ରମା, ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ସଦୃଶ ଘଟଗାଁ ପୀଠକୁ ଶ୍ୟେଷ୍ଠ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବା ସହିତ ଜଂଗଲ ଓ ପରିବେଶ ବିଭାଗ ପକ୍ଷରୁ ହରିଣ ଓ ମୟୁର ପାର୍କ ପାଇଁ ଉଦ୍ୟମ କରାଗଲେ ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇବା ସହିତ ବେକାର ସମସ୍ୟା ଦୁର ହୋଇପାରିବ ବୋଲି ଉଲେଖ କରାଯାଇଛି । ଜିଲ୍ଲାରୁ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାରାଜସ୍ୱ ନେଉଥିଲେବି ଜିଲ୍ଲାର ବିକାଶ ପାଇଁ ଧ୍ୟାନ ଦେଉ ନାହାନ୍ତି । ବଶେଷକରି କେନ୍ଦୁଝର ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ସାତସପନ ହୋଇ ପଡିଛି । ଏଣୁ ଘଟଗାଁ ଠାରେ ଏମସ (ଇଓଗଝ) ପ୍ରତିଷ୍ଠା କରି କେନ୍ଦୁଝର ଜିଲ୍ଲାବାସୀଙ୍କ ସହିତ ପଡୋଶୀ ଜିଲାର ହଜାର ହଜାର ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରାଯିବାକୁ ବିଶ୍ୱରଞ୍ଜନ ବେହେରା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ତାଙ୍କର ଏପରି ଉଦ୍ୟମକୁ କେନ୍ଦୁଝର ବଞ୍ଚାଅ ମଞ୍ଚର ସଭାପତି ଦାମୋଦର ବେହେରା, ଗ୍ରୀନ ଓଡିଶାର ସଭାପତି ରମାକାନ୍ତ ଦାସ ପ୍ରସଂଶା କରିବା ସହିତ ଆଗାମି ଦିନରେ ଜିଲ୍ଲାବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବାକୁ ସେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ