ଘଟଗାଁ ବନ ବିଭାଗର ହୋଇଥିବା ଦୁର୍ନିତି ଘଟଣା ;ଖବର ପ୍ରକାଶ ପାଇବା ପରେ ତଦନ୍ତ ଆଦେଶ ଦେଲେ ଡିଏଫ୍ଓ
ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବନାଂଚଳରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ବିଷୟରେ ଗତ କିଛିଦିନ ପୂର୍ବରୁ ଆମ ୱେବ ପୋର୍ଟାଲରେ ଖବର ପ୍ରକାଶ କରିବା ପରେ କେନ୍ଦୁଝର ଡିଏଫଓ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ଓ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେଇଛନ୍ତି । ତେବେ ଗୋଟିଏ ପଟେ ତଦନ୍ତ ରିପୋଟକୁ ସମସ୍ତଙ୍କର ଅପେକ୍ଷା ଥିବା ବେଳେ ଅନ୍ୟପଟେ ଘଟଗାଁ ବନଭିଭାଗ ପକ୍ଷରୁ ଘଟଣାକୁ ମ୍ୟାନେଜ କରିବା ପାଇଁ ମ୍ୟାନେଜର ସାମ୍ନାକୁ ଆସିଛନ୍ତି ଓ ପୁରା ମାମଲାକୁ ସଟଆଉଟ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ଯାହାର ଭିଡିଓ ବିଭିନ୍ନ ବୈଦ୍ୟୁତିକ ଗଣମାଧଯୟ ଚ୍ୟାନେଲ୍ରେ ଘୁରି ବୁଲୁଛି । ଭିଡିଓଟିକୁ ଭଲ କରି ଦେଖିଲେ ସ୍ପଷ୍ଟ ଜଣା ପଡୁଛି କି ଘଟଗାଁ ବନପାଳ ଶ୍ରୀମନ୍ତ କୁମାର ବେହେରା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଘଟଣାଟିକୁ ଚାପି ଦେବାକୁ ଅନୁରୋଧ କରୁଛନ୍ତି । ଆହୁରି ମଧ୍ୟ ରାଉତ ବାବୁ ବନାଂଚଳରେ ସବୁ ବୁଝନ୍ତି ଓ ସେ ଆପଣ ମାନଙ୍କ କଥା ବୁଝିବେ ବୋଲି ବନପାଳ ମହାଶୟ କହୁଥିବାର ଦେଖା ଯାଉଛି । ପରେ ପରେ ନିଜେ ସେହି ମ୍ୟାନେଜର ରାଉତ ବାବୁ ମଧ୍ୟ ଆସି ପହଁଚିଛନ୍ତି ଓ ପୁରା ଘଟଣାକୁ ସଟଆଉଟ କରିଦେବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରୁଛନ୍ତି । ତେବେ ଭିଡିଓଟି ସାମ୍ନାକୁ ଆସିବା ପରେ ଏବେ ବନବିଭାଗର ମ୍ୟାନେଜର ଦାୟୁତ୍ୱ ତୁଲାଉଥିବା ରାଉତ ବାବୁ ସଂଦେହ ଘେରକୁ ଆସି ଯାଇଛନ୍ତି ।ସମ୍ପୁର୍ଣ୍ଣ ଖବର ଅନୁସାରେ ଗତ ୨୦୧୯-୨୦ ଆର୍ଥର୍ୀକ ବର୍ଷରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଘଟଗାଁ ବନାଚଂଳ ଅଧିନରେ ଥିବା ପୋଇଯାମୁଡା ଛକ ଠାରୁ ମେଲାଣ ପର୍ଯ୍ୟନ୍ତ ୧୦କିମି ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ ପାଇଁ ସରକାର ୧୦,୨୪, ୬୩୦ ଟଙ୍କା ଅନୁମୋଦନ କରିଥିଲେ ଓ ଘଟଗାଁ ବନବିଭାଗ କାମ ଆରମ୍ଭ କରିବା ସହ ସେହି ଆର୍ôଥକ ବର୍ଷରେ ମୋଟ ୯,୯୮,୭୫୨ଟଙ୍କା ଖର୍ଚ୍ଚ କରି ୨୫୦୦ ଗଛ ଲଗାଇଥିବା ଓ ପୁଣି ୨୦୨୦-୨୧ ବର୍ଷରେ ରକ୍ଷଣାବେକ୍ଷଣ ବାବଦକୁ ୨୧୫,୩୧୬ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଇଛି । ତେବେ ଏହି କାମରେ ବ୍ୟାପକ ଜାଲିଆତି ହୋଇଥିବାର ଦସ୍ତାବିଜ ଆମ ହାତରେ ଲାଗିଛି । ପ୍ରଥମେ ଏହି କାର୍ଯ୍ୟରେ ଜିନିଷ କିଣା ବାବଦକୁ ମୋଟ ୭୫୨,୮୪୮ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିନିଷ କିଣିବା ସମୟରେ କୌଣସି କୋଟେସନ୍ /ଟେଣ୍ଡର କିମ୍ବା ଜିଲ୍ଲା ପରଚେଜ୍ କମିଟିର ଅନୁମୋଦନକୁ ଗ୍ରହଣ କରିନଥିବା ଜଣାପଡିଛି । ୨-କାଗଜ ପତ୍ରରେ ୨୫୦୦ ଗଛ ଲାଗିଥିବା ବେଳେ ପ୍ରକୃତ ପକ୍ଷେ ବର୍ତମାନ ସମୟରେ ୧୫୦୦ରୁ କମ ଗଛ ରାସ୍ତା ପଶ୍ୱର୍ରେ ଥିବା ଦେଖିବାକୁ ମିଳୁଛି ଓ ପ୍ରମାଣିତ ହେଉଛିକି ୧୦୦୦ ଗଛ ପାଇଁ ବ୍ୟୟ ବରାଦ ହୋଇଥିବା(ପାଖାପାଖି ୫ଲକ୍ଷ ଟଙ୍କା) ଅର୍ଥକୁ ବିଭାଗୀୟ ଅଧିକାରୀ ମାନେ ହରିଲୁଟ କରିଛନ୍ତି । ୩-ଜଣେ ନିର୍ଦ୍ଦୀଷ୍ଟ ଭେଣ୍ଡର ଠାରୁ ବନ ବିଭାଗର ଅଧିକାରୀ ମାନେ ବୃକ୍ଷରୋପଣରେ ଦରକାର ପଡୁଥିବା ପାଣି, ଗୋବର ,ସାର, ବାଉଁସ, ଲୁହାତାର ଆଦି ସବୁ ପ୍ରକାରର ଜିନିଷକୁ ବଜାର ମୁଲ୍ୟ ଠାରୁ ବହୁତ ଅଧିକ ଦାମରେ କିଣିଥିବାର ଦସ୍ତାବିଜ ଭେଣ୍ଡର ଓ ବନକର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ସ୍ପଷ୍ଟ କରୁଛି । ଯେମିତିକି ଗଛ ଗୁଡିକର ସୁରକ୍ଷା ବାଡରେ ବାଉଁସ ଖୁଟଂ ଦିଆଯାଇ ଥିବାର ବିଲ ହୋଇଛି କିନ୍ତୁ ଅଧାରୁ ଅଧିକ ସ୍ଥାନରେ ବାଉଁସ ଖୁଟଂ ଜାଗାରେ ଜଙ୍ଗଲରୁ ଛୋଟ ଗଛ ସବୁକୁ କାଟି ସେସବୁକୁ ବାଡରେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳୁଛି । ୪- ବନବିଭାଗ କାଗଜ ପତ୍ରରେ ଏହି ବୃକ୍ଷରୋପଣରେ ୧୮୭୫୦ଟଙ୍କାର ଗୋବର ଖତ ବ୍ୟବହାର କରିଥିବା ଓ ଗଛ ଗୁଡିକୁ ପାଣି ଦେବା ବାବଦରେ ତିନୋଟି ପର୍ଯ୍ୟାୟରେ ୭୬୮୭୫ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଥିବା ବେଳେ ପ୍ରକୃତ ପକ୍ଷେ ସେଠାରେ କେବେବି ଗୋବର ଖତ ଦିଆଯାଇ ନାହିଁ ଏବଂ ମାତ୍ର ଥରେ ଦୁଇଥର ପାଣି ଦିଆଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଭେଣ୍ଡର ମହାଶୟ ଚଳିତ ବର୍ଷ ଲକ୍ଡାଉନ୍, ସଟ୍ଡାଉନ୍ ହେବା ଯୋଗୁଁ ଆଦୌ ଗଛ ଗୁଡିକରେ ପାଣି ଓ ଗୋବର ଖତ ଦିଆଯାଇନାହିଁ ବୋଲି ଆମ ପ୍ରତିନିଧି ସାମ୍ନାରେ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ କାଗଜପତ୍ରରେ ଯେଉଁ ଶ୍ରମିକ ମାନେ କାମଟି କରିଥିବା ବନବିଭାଗ ଦର୍ଶାଇଥିଲା, ପ୍ରକୃତ ପକ୍ଷେ ସେମାନଙ୍କ ଜବ୍ କାର୍ଡକୁ କଲେକସନ କରି ମିଛ ମଷ୍ଟରୋଲ ପ୍ରସ୍ତୁତ କରିବା ସହ ଉକ୍ତ ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାକୁ ଯାଉଥିବା ଅର୍ଥକୁ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ଠାରୁ ନେଇଯାଉଥିବା ଶ୍ରମିକ ମାନେ ସ୍ୱିକାର କରିଛନ୍ତି । ଯାହ ସିଧାସଳଖ ଅର୍ଥ ହେରଫେର ଓ ବେଆଇନ କାର୍ଯ୍ୟର ପ୍ରମାଣ ଦେଉଛି । ତେବେ ଘଟଗାଁ ବନ ବିଭାଗର ଏଭଳି ମହାଦୁର୍ନିତିର ଖବର ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ କେନ୍ଦୁଝର ଡିଏଫ୍ଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ତଦନ୍ତ ମଧ୍ୟ ଚାଲିଛି । ବର୍ତମାନ ଦିନରେ ଆଶ୍ଚର୍ଯ୍ୟର ବିଷୟ ଏହାକି ଗୋଟିଏ ପଟେ ତଦନ୍ତ ରିପୋଟକୁ ସମସ୍ତଙ୍କର ଅପେକ୍ଷା ଥିବା ବେଳେ ଅନ୍ୟପଟେ ଘଟଗାଁ ବନଭିଭାଗ ପକ୍ଷରୁ ଘଟଣାକୁ ମ୍ୟାନେଜ କରିବା ପାଇଁ ମ୍ୟାନେଜର ସାମ୍ନାକୁ ଆସିଛନ୍ତି ଓ ପୁରା ମାମଲାକୁ ସଟଆଉଟ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ଯାହାର ଭିଡିଓ ବିଭିନ୍ନ ବୈଦ୍ୟୁତିକ ଗଣମାଧଯୟ ଚ୍ୟାନେଲ୍ରେ ଗତ କିଛି ଦିନ ହେବ ଘୁରି ବୁଲୁଛି । ଭିଡିଓଟିକୁ ଭଲ କରି ଦେଖିଲେ ସ୍ପଷ୍ଟ ଜଣା ପଡୁଛି କି ଘଟଗାଁ ବନପାଳ ଶ୍ରୀମନ୍ତ କୁମାର ବେହେରା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଘଟଣାଟିକୁ ଚାପି ଦେବାକୁ ଅନୁରୋଧ କରିବା ସହିତ ଅର୍ଥ ଲାଳଷା ଦେଖାଉଛନ୍ତି । ଆହୁରି ମଧ୍ୟ ଘଟଗାଁ ବନାଂଚଳରେ ସବୁକିଛି ରାଉତ ବାବୁ ବୁଝନ୍ତି ଓ ସେ ଆପଣ ମାନଙ୍କ କଥା ବୁଝିବେ ବୋଲି ବନପାଳ ମହାଶୟ କହୁଥିବାର ଦେଖା ଯାଉଛି । ପରେ ପରେ ନିଜେ ସେହି ମ୍ୟାନେଜର ରାଉତ ବାବୁ ମଧ୍ୟ ଆସି ପହଁଚିଛନ୍ତି ଓ ପୁରା ଘଟଣାକୁ ସଟଆଉଟ କରିଦେବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରୁଛନ୍ତି । ତେବେ ଭିଡିଓଟି ସାମ୍ନାକୁ ଆସିବା ପରେ ଏବେ ବନବିଭାଗର ମ୍ୟାନେଜର ଦାୟୁତ୍ୱ ତୁଲାଉଥିବା ରାଉତ ବାବୁ ସଂଦେହ ଘେରକୁ ଆସି ଯାଇଛନ୍ତି । ବିଶେଷ ସୁତ୍ରରୁ ଶୁଣୀବାକୁ ମିଳୁଛି ରାଉତ ବାବୁ ହେଉଛନ୍ତି ଘଟଗାଁ ବନାଂଚଳ ଅଧିନରେ ଫରେଷ୍ଟ ଗାର୍ଡ କ୍ଷଗେଶ୍ୱର ରାଉତ ଭାବେ କାର୍ଯ୍ୟରତ ଥିବା ଜଣେ ସ୍ଥାନୀୟ ଅଂଚଳ ବାସୀ । ଯିଏକି ଦିର୍ଘ ୧୦ ବର୍ଷରୁ ଅଧିକ ଦିନ ହେବ ଘଟଗାଁ ବନବିଭାଗର ଦୁର୍ନୀତିକୁ ଘଟଂ ଘୋଡାଇବା କାମ କରିଥାନ୍ତି ଓ ସବୁ ମ୍ୟାନେଜ କରିଥାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆହୁରୀ ମଧ୍ୟ ଫରେଷ୍ଟ ଗାର୍ଡ ରାଉତ ବାବୁ ମହାଶୟ ଘଟଗାଁର ପାଠକ ଓ ସେ ଉପରିସ୍ଥ ଅଧିକାରୀଙ୍କୁ ହାତ କରି ଏଠାରେ ନିୟମ ବାହାରେ ୧୦ବର୍ଷରୁ ଅଧିକ ଦିନ ରହି ସବୁ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଲୋକ ମାନେ କହୁଛନ୍ତି । ବର୍ତମାନ ରାଉତ ବାବୁ ପ୍ରକାଶ ପାଇଥିବା ମହା ଦୁର୍ନିତି ଘଟଣାଟିକୁ ଚପାଇବାକୁ ଯାଇ ସାମ୍ବାଦିକ ମାନଙ୍କୁ ଅର୍ଥର ଲାଳସା ଦେଖାଉଥିବାର ଷ୍ଟିଙ୍ଗ ଭିଡି ବିଭିନ୍ନ ବୈଦୁତିକ ଗଣମାଧ୍ୟୟମରେ ପ୍ରସାରିତ ହୋଇଛି । ଯାହା ସିଧାସଳଖ ଏଥିରେ ରାଉତ ବାବୁ ସମ୍ପୃକ୍ତି ଥିବା ସ୍ପଷ୍ଟ ଜଣାପଡୁଛି । ଆହୁରି ମଧ୍ୟ କାଗଜପତ୍ରରେ ଯେଉଁ ଶ୍ରମିକ ମାନେ କାମଟି କରିଥିବା ବନବିଭାଗ ଦର୍ଶାଇଥିଲା, ଯେଉଁ ଶ୍ରମିକମାନଙ୍କର ମିଛ ମଷ୍ଟରୋଲ ପ୍ରସ୍ତୁତ ସେମାନଙ୍କ ଠାରୁ ଟଙ୍କା ନେଇଯାଉଥିବା ଶ୍ରମିକ ମାନେ ଆମ ପ୍ରତିନିଧିଙ୍କ ପାଖରେ ସ୍ୱିକାର କରିିବା ପରେ ବର୍ତମାନ ରାଉତବାବୁ ମହାଶୟ ତାଙ୍କୁ ମଧ୍ୟ ଅର୍ଥର ଲାଳଷା ଦେଖାଇ ଘଟଣାକୁ ଉଲଟ ପାଲଟ କରିବା ପାଇଁ ଚେଷ୍ଟା ଚଲାଇଥିବା ବିଶେଷ ସୁତ୍ରରୁ ପ୍ରକାଶ ପାଇଛି । ତେବେ ବର୍ତମାନ ଫରେଷ୍ଟର ରାଉତ ବାବୁ ଙ୍କ ବେଆଇନ, କେଳେଙ୍କାରୀ ଓ ଦୁର୍ନିତି କମ୍ପାନିର ମ୍ୟାନେଜରର ଚିଠା ବାହାରିବା ପରେ ସ୍ଥାନୀୟ ଲୋକେ ପ୍ରଥମେ ରାଉତ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।


