ଘଟଗାଁ ବ୍ଲକ୍ରେ ବରିଷ୍ଠ ନାଗରିକ ଦିବସ ପାଳନ

ଘଟଗାଁ,(ଯୁଗାବ୍ଦ ନ୍ୟୁଜ୍):ଆଜି ଘଟଗାଁ ବ୍ଲକ୍ ସମ୍ମୀଳନି କକ୍ଷରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବ୍ଲକ୍ ସାମାଜିକ ନିରାପତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୌଜନ୍ୟରୁ ଆୟୋଜିତ ଏ ସଂକ୍ରାନ୍ତିୟ ସଭାରେ ବିଡିଓ ଶ୍ରୀଯୁକ୍ତ ତ୍ରିଲୋଚନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ଚିତରଞନ ନାୟକ, ଓ ବିଏସ୍ଏସ୍ଓ ବୀଳକଣ୍ଠ ଜେନା ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କ ସ୍ଥିତି, ମାନଶିକ ଓ ଶାରିରୀକ ସ୍ୱାସ୍ଥ୍ୟ ସଚେତନତା, ବିଭିନ୍ନ ଯୋଜନାରେ ସେମାନଙ୍କ ସଂସ୍କୃତି ଓ ପାରିବାରିକ ସମସ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇ ଆଗାମୀ ଦିନରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ସ୍ଥିର ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରୁ ଜଗବନ୍ଧୁ ସା, ଚକ୍ରଧର ବଳପ୍ରମୁଖ ନିଜ ନିଜର ଅନୁଭୂତି ବଖାଣିବା ସହ ସାମାଜିକ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହାପରେ କଟକ ବିଡାନାସୀ ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସକଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ଚକ୍ଷୁର ବିଭିନ୍ ପରିକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସୁପରିଚାଳନା କ୍ଷେତ୍ରରେ କନିଷ୍ଠ କିରାଣି ବିପିନ୍ ଖଣ୍ଡା ଓ ଡିଇଓ ଭବାନୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ