ଘଟଗାଁ ବ୍ଲକ୍ ନିଖିଳ ଉତ୍କଳ ପାତ୍ର ତନ୍ତି କଲ୍ୟାଣ ସମିତି ତରଫରୁ ମେଧାବି ଛାତ୍ର ଛାତ୍ରୀଙ୍କୁ ସମ୍ନାନ

ଘଟଗାଁ, (ନାରାୟଣ ପଲେଇ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ନିଖିଳ ଉତ୍କଳ ପାତ୍ର ତନ୍ତି କଲ୍ୟାଣ ସମିତି ତରଫରୁ ମେଧାବି ଛାତ୍ର ଛାତ୍ରୀଙ୍କୁ ସମ୍ନାନୀତ କରିବା ସହିତ ରାଜ୍ୟ କମିଟି ତରଫରୁ ମେଧାବି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା | ତାସହିତ କେନ୍ଦୁଝର ସମାଜସେବି ଜଗମୋହନ ରାୟ ଓ କ୍ଷୀରୋଦ ପାତ୍ର ଙ୍କ ତରଫରୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଥିଲା | ଏହି ସଭାରେ ନିଖିଳ ଉତ୍କଳ ପାତ୍ର ତନ୍ତି କଲ୍ୟାଣ ସମିତିର ଜିଲ୍ଲା ସଭାପତି ବିଜୟ କୁମାର୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଜିଲ୍ଲା ନିଖିଳ ଉତ୍କଳ ପାତ୍ର ତନ୍ତି କଲ୍ୟାଣ ସମିତିର ସମ୍ପାଦକ ସମ୍ନାନୀୟ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଘଟଗାଁ ବ୍ଲକ୍ ର ସଭାପତି ପ୍ରସନ୍ନ କୁମାର ପାତ୍ର, ଉପ ସଭାପତି ସିଲ ପାତ୍ର ଯୋଗଦେଇ ଆଯୋଜିତ ସଭାକାର୍ଯ୍ୟ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶେଷରେ ପ୍ରେମାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରବା ସହିତ ସଭାସାଙ୍ଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ