ଘଟଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଆଦିବାସୀ ଜନନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ

ଘଟଗାଁ, (ନାରାୟଣ ପଲେଇ):ଆଜି କ୍ରାନ୍ତିବୀର ସ୍ବାଧିନତା ସଂଗ୍ରାମୀ ଆଦିବାସୀ ଯୁବକ ବୀର୍ସାମୁଣ୍ଡାଙ୍କର ଜୟନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ବୀର୍ସା ମୁଣ୍ଡାଙ୍କର ଜୟନ୍ତି ପାଳନ କରାଯାଇଛିି | ତେବେ ଘଟଗାଁ ବ୍ଲକ୍ ର ଉପରଡିହା ଗ୍ରାମ ପଞ୍ଚାୟତର ପୋଇଜାମୁଳା ଛକ ଠାରେ ଏବଂ ବାଲିପୋଖରୀ ଗ୍ରାମ ପଞ୍ଚାୟତର ଛୋଟରାୟପୁର୍ ଗ୍ରାମରେ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଦୁଇଟି ଯାକ ସ୍ଥାନରେ କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ନେତା ତଥା ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ମହୋଦୟ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ୯ନମ୍ୱର୍ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ଜେନା, ସମାଜସେବୀ ନାରାୟଣ ପଲେଇ ଉପସ୍ଥିତି ରହି ବିର୍ସା ମୁଣ୍ଡା ଙ୍କର ସାହାସିକତା,ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଣ୍ୟ ତଥା ଏହି ମହାନ ସ୍ୱତନ୍ତ୍ରତା ସେନାନୀଙ୍କ ସାହସ ଏବଂ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ, ଦେଶର ସ୍ବାଧୀନତା ସହ ଆଦିବାସୀଙ୍କ ଅଧିକାରର ସୁରକ୍ଷା ଦିଗରେ ତାଙ୍କ ଅବଦାନ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ | ତେବେ ଏହି ଜୟନ୍ତି ଦିବସକୁ ପୋଇଜାମୁଳା ଠାରେ ଆଯୋଜୀତ ସଭାକୁ ବୀର ବୀର୍ସା ମୁଣ୍ଡା ଗ୍ରାମ ବିକାଶ ସୋସାଇଇଟି ପକ୍ଷରୁ ଆୟୋଜିତ କରାଇଥିଲା | ଏଥିରେ ସୋସାଇଟିର ସଭାପତି କୀର୍ତ୍ତନ ମୁଣ୍ଡା, ସମ୍ପାଦକ ଶରତ ଚନ୍ଦ୍ର ମୁଣ୍ଡା ସମେତ ସୋସାଇଟିର ନୀରେଲ୍ ମୁଣ୍ଡା, ଗଣେଶ୍ବର ବାନରା, ରାଜ କୀଶୋର ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ | ସେହିପରି ବାଲିପୋଖରୀ ଗ୍ରାମ ପଂଚାୟତ ଅଧିନସ୍ଥ ଛୋଟରାୟପୁରରେ ଆୟୋଜୀତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସିଙ୍ଗରାୟ ବାନରା ସଭାପତିତ୍ବ କରିଥିବା ବେଳେ ପୂର୍ବତନ ସରପଂଚ ମନୋରଞନ ନାଏକ ଏବଂ ଲକ୍ଷଣ ମୁଣ୍ଡା, ସମାଜସେବୀ ବିକ୍ରମ ଜେନା, ଓ୍ବାର୍ଡମେମ୍ବର ଗୌରୀ ମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ବ ସୁରେନ୍ଦ୍ର ଜେନା, ବାଲିପୋଖରୀ ସରପଂଚ ଦୌପଦୀ ନାୟକ, ସମିତି ସଭ୍ୟ ସତ୍ରୁଘ୍ନ ମୁଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ