ଘଣ୍ଟଗଢିଆରେ ମାଟି ମାଫିଆଙ୍କ ରାଜ୮ଫୁଟ ଗଭୀରରୁ ଖୋଳିନେଲେ, ମୂଲ୍ୟବାନ ଗଛ ମାଟିରେ ମିଶିବ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ପରିବେଶ ସନ୍ତୁଳନ ପାଇଁ ବୃକ୍ଷର ଆବଶ୍ୟକତା ଥିବାବେଳେ ସରକାର କୋଟିକୋଟି ଟଙ୍କା ବ୍ୟୟ କରି ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏପରିସ୍ଥଳେ ମାଟି ମାଫିଆମାନେ ଗଛମୂଳରୁ ମାଟି ତାଡ଼ିନେଇ ମୂଲ୍ୟବାନ ଗଛକୁ ନଷ୍ଟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି ବନ୍ତ ତହସିଲ ଆଗରପଡ଼ା ରାଜସ୍ୱ ନିରୀକ୍ଷକ ଅଧିନ ଘଣ୍ଟଗଢିଆ ମୌଜାରେ । ପ୍ରକାଶ ଯେ କାଉପୁର ଠାରୁ କୁଆଁଶମଢିଆ ମହିଷିଗୋଠ ମଧ୍ୟରେ ରାସ୍ତାର ଉଭୟପାଶ୍ୱର୍ରେ ମାଟିପକା ଯାଇ ପ୍ରଶସ୍ତିକରଣ କାର୍ଯ୍ୟ •ଲିଛି । ଘଣ୍ଟଗଢିଆ ଗ୍ରାମର ଖାତା ନଂ-୧୦, ପ୍ଲଟ ନଂ-୩୯୯, ୩୯୮, ୪୦୦ରେ ଅନ୍ନପୂର୍ଣ୍ଣା ନାୟକଙ୍କ ଘରବାଡ଼ି ସହିତ •ଷଜମି ରହିଛି । ଉକ୍ତ ପ୍ଲଟରେ ମୂଲ୍ୟବାନ ଶାଗୁଆନ, ପୁଟିଆ, ନିମ୍ବ, ଆମ୍ବ, ସପେଟା ଆଦି ଗଛ ରହିଛି । ଏହାର ପାଶ୍ୱର୍ବର୍ତ୍ତୀ ଜମିର ମାଲିକ ନରାଜପୁର ଗ୍ରାମର ଅନିରୁଦ୍ଧ ଶତପଥୀ ଅଟନ୍ତି । ଶ୍ରୀ ଶତପଥୀ ଗତ ୧୮ ତାରିଖରେ ଜେସିବି ମେସିନ ଦ୍ୱାରା ମାଟି ଉଠାଉଥିବା ସମୟରେ ଅନ୍ନପୂର୍ଣ୍ଣା ମାଟି ଖୋଳାକୁ ବିରୋଧ କରି ମୂଳ୍ୟବାନ ଗଛ ଠାରୁ ଅନ୍ୟୁନ ୫ ଫୁଟ ଛାଡ଼ି ମାଟି ଉଠାଇବାକୁ ପରାମର୍ଶ ଦେଇଥିଲେ । ମାତ୍ର ଜମିର ମାଲିକ ତାଙ୍କ କଥାକୁ କର୍ଣ୍ଣପାତ ନକରି ମୁଲ୍ୟବାନ ଗଛ ମୂଳରୁ ୮ଫୁଟ ଗଭୀର ଓ ୮୦ଫୁଟ ଲମ୍ବର ମାଟି ତାଡ଼ି ନେଇଛନ୍ତି । ଫଳରେ ଏହି ମୂଲ୍ୟବାନ ଗଛଗୁଡ଼ିକ ଉପୁଡ଼ି ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ପରେ ଗ୍ରାମ୍ୟ ଭଦ୍ରବ୍ୟକ୍ତିମାନେ ଏହି ଦୁରାବସ୍ଥାକୁ ହୃଦୟଙ୍ଗମ କରି ଗଛମୂଳକୁ ମାଟି ପିନ୍ଧାଇ ଦେବାକୁ ପରାମର୍ଶ ଦେଇଥିଲେ ବି ଶ୍ରୀ ଶତପଥୀ ଏହାକୁୁ ବେଖାତିର କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଉଛନ୍ତି । ଶେଷରେ ଶ୍ରୀମତୀ ନାୟକ ବନ୍ତ ତହସିଲଦାରଙ୍କ ସମେତ, ଆଗରପଡ଼ା ରାଜସ୍ୱ ନିରୀକ୍ଷକ ଓ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟଭିକ୍ଷା କରିଛନ୍ତି । ଏସଂପର୍କରେ ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀଙ୍କୁ ପଚରା ଯିବାରୁ ସେ କହିଥିଲେ