ଘଣ୍ଟାଏ ବର୍ଷାରେ ପଶିଲା ଡ୍ରେନେଜ ପାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମାରେ ସୋମବାର ଦିନ ଘଣ୍ଟାଏ କାଳବୈଶାଖୀ ବର୍ଷାର ପ୍ରଭାବରେ ରାୟଗଡ଼ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି l ସାହି ଗୁଡିକର ଡ୍ରେନ ସବୁ ପୋତି ହୋଇ ଯାଇଥିବାରୁ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କୁଢ଼ କୁଢ଼ ଅଳିଆବର୍ଜନା ଭାସି ଆସି ଲୋକଙ୍କ ଘର ଭିତରେ ପଶିଯାଇଥିବା ଦେଖିବାକୁ ମିଳୁଛି l ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ପ୍ରକାଶ ଯେ, ରାୟଗଡ଼ ବ୍ଲକ ସଦର ମହକୁମାରେ ଥିବା ସାହି ଗୁଡିକରେ ଦୀର୍ଘ ବର୍ଷ ହେବ ଡ୍ରେନେଜ ସଫା ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଅଛି l ଫଳରେ ଟିକିଏ ବର୍ଷାରେ ହେଲେ ରାୟଗଡ଼ ଅବସ୍ଥା ଶୋଚନୀୟ ହୋଇପଡୁଛି l ଯାହା ଫଳରେ ମୁଖ୍ୟ ରାସ୍ତା, ବଜାର ଛକ, ବିଶୋୟୀ ସାହି, ଓଡ଼ିଆ ସାହି, ବଢ଼େଇ ସାହି, ଖ୍ରୀଷ୍ଟିୟାନ ସାହି ଆଦି ପ୍ରତି ସାହି ଗୁଡ଼ିକରେ ଡ୍ରେନେଜ ସଫା ନହୋଇ ପୋତି ହୋଇଯାଇଛି ଫଳରେ ଡ୍ରେନେଜ ପାଣି ରାସ୍ତା ଉପରେ ଚାଲୁଥିବା ବେଳେ ସାହି ଗୁଡ଼କରେ  ଅଳିଆ ଆବର୍ଜନା ସହ ଘର ଭିତରେ ପଶି ପୁତି ଗନ୍ଧାମୟ ହୋଇ ଯାଉଥିବା ଜଣାପଡିଛି l ଏହା ସହ ମଶା ମାଛିର ପ୍ରାଦୁର୍ଭାବ ଲୋକଙ୍କୁ ଅତିଷ୍ଟ କରିଦେଉଛି l ବ୍ଲକ ସଦର ମହକୁମା ହୋଇଥିବାରୁ ବିଭାଗୀୟ ଅଧିକାରୀ ମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଦାବି ହୋଇଛି I ଏନେଇ ପିଇଓ ରାସ ବିହାରୀ ପାତ୍ର ଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ ରାୟଗଡ଼ର ପରିମଳ ବ୍ୟବସ୍ଥା ଉପରେ କିପରି ସୁଧାର ଅଣାଯାଇପାରିବ ସେ ନେଇ ଚେଷ୍ଠା କରାଯାଉଛି ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ