ଘନ କୁହୁଡ଼ି ଯୋଗୁ ପନିପରିବା ଚାଷ କ୍ଷତିଗ୍ରସ୍ତ
ନିମାପଡ଼ା,( ସନ୍ତୋଷ କୁମାର ଦାଶ): ଏବେ ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ରେ ସବୁଦିନ ଘନ କୁହୁଡ଼ି ପଡ଼ୁଛି। ବିଳମ୍ୱିତ ରାତି ଠାରୁ ଦିନ ପ୍ରାୟ ୯ ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ପଡୁଥିବାରୁ ଯାନବାହାନ ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଅପର ପକ୍ଷରେ ଘନ କୁହୁଡ଼ି ଯୋଗୁଁ ପନିପରିବା ଚାଷ କ୍ଷତିଗ୍ରସ୍ତ ହେଉଛି। ଚାଷୀ ମାନେ ଲଗାଇଥିବା କୋବି ଗଛ ରେ ପୋକ ଲାଗି ଗଛ କୁ ନଷ୍ଟ କରୁଥିବା ବେଳେ ଲଙ୍କା ଚାଷ, ବିନ ଚାଷ, ଲଙ୍କା ଚାଷ ପୋଡ଼ି ଯାଇ ନଷ୍ଟ ହେଉଛି। ଘନ କୁହୁଡ଼ି ପାଇଁ ଚାଷୀ ମାନେ ମୁଣ୍ତ ରେ ହାତ ଦେଇ ବସିଛନ୍ତି। ନିମାପଡା, ବଳଙ୍ଗା, ଖେଲାର, ଚାରିଛକ, ନୟାହାଟ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ପନିପରିବା ଚାଷ କ୍ଷତିଗ୍ରସ୍ତ ହେଉଛି।