ଘନ କୁହୁଡି ଯୋଗୁଁ ଓଲଟିଲା କନ୍ୟାଯାତ୍ରୀ ବସ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଆଜି ଗନ କୁହୁଡି ଯୋଗୁଁ ବୁଲାଣିଆ ରାସ୍ତାଟି ଡ୍ରାଇଭର ଦେଖି ନ ପାରିବା ଯୋଗୁଁ ଏକ କନୟା ଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍‌ଟି ମୁଖ୍ୟ ରାସ୍ତା କଡରୁ ତଳକୁ ଗଡି ଓଲଟି ପଡିଛି । ଏହି ଘଟଣାରେ ୩୦ଜଣ କନ୍ୟ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ,ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅଧିନସ୍ଥ ରୁମାଗଡ ଗ୍ରାମରୁ ଓଆର ୦୭ ଏଇ ୩୪୫୯(ଚିକିମିକି) ନାମକ ଏକ ଘରୋଇ କନ୍ୟାଯାତ୍ରୀ ବସ୍ ପାରଳାଖେମୁଣ୍ଡି ସହରର ଚିତ୍ରକାର ସାହିକୁ ନବ ବିବାହିତ କନ୍ୟାକୁ ଛାଡିବା ପାଇଁ ଗତକାଲି ରାତ୍ରରେ ଆସିଥିଲା । କନ୍ୟାକୁ ଛାଡିବା ପରେ ଆଜି ଭୋର ୨.୩୦ଘଣ୍ଟା ସମୟରେ ପାରଳାଖେମୁଣ୍ଡି ଠାରୁ ଆସିକା ଅଭିମୁଖେ ବସଟି ଫେରିଥିଲା । ଏହି ଜିଲ୍ଲାର ରାୟଗଡ ବ୍ଲକ ସେବକପୁର ନିକଟସ୍ଥ ବୋମିକା ଗ୍ରାମ ନିକଟର ବୁଲାଣିଆ ରାସ୍ତାରେ କନ୍ୟାଯାତ୍ରୀ ବସଟି ଯାଉଥିବା ବେଳେ ଘନ କୁହୁଡି ଯୋଗୁଁ ଡ୍ରାଇଭରଙ୍କୁ ରାସ୍ତା ଦେଖାଯାଇ ନ ଥିଲା । ଯୋ ଦ୍ୱାରା ବୁଲାଣିଆ ରାସ୍ତାରେ ଡ୍ରାଇଭର ବସଟିକୁ ନିୟନ୍ତ୍ରଣ କରି ନ ପାରିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଏଥିରେ ୩୦ଜଣ କନ୍ୟାଯାତ୍ରୀ ଆହାତ ହୋଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଘଟଣା ଯାଣିବା ପରେ ରାୟଗଡ ଆଇଆଇସି ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ନେତୃତ୍ୱରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଏମାନଙ୍କୁ ସ୍ଥାନାନ୍ତରିତ କରିଥିଲେ । ଅଥ୍ୟନ୍ତ ଗୁରୁତର ଥିବା ଯୋଗୁଁ ୪ଜଣ ଯଥା,ଭଜରାମ ମହାରଣା (୭୨),ରାଜେଶ ମହାରଣା(୨୦),ସୁବାଶ ପାଳ(୭୦),ମହେଶ୍ୱର ମହାରଣା(୫୫) ଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ