ଘନ କୁହୁଡି ଯୋଗୁ ଗଛରେ ପିଟିଲା ବୋଲେରୋ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ମାରେଡାସ୍ଥିତ ଗୋବରୀ ପୋଲ ନିକଟସ୍ଥ ମଣିକର୍ଣ୍ଣିକା ଘାଟ ନିକଟରେ ରବିବାର ସକାଳ ସମୟରେ ଏକ ବୋଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି । ଦୁର୍ଘଟଣାରେ ବୋଲେରୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । ସୂଚନାନୁଯାୟୀ ବୋଲେରୋ ଗାଡି ନମ୍ବର ଓଡି ୦୫ଏଏନ୭୦୫୨ ପାରାଦୀପରୁ ପୁରୀ ଅଭିମୁଖେ ଜଗନ୍ନାଥ ଦର୍ଶନରେ ଯାଉଥିଲେ । ଘନ କୁହୁଡି ଯୋଗୁ ରାସ୍ତା ଦେଖାଯାଉ ନଥିବାରୁ ପୋଲ ନିକଟରେ ଥିବା ଏକ ନିମ୍ବ ଗଛରେ ବୋଲେରୋ ଗାଡିଟି ପିଟି ହୋଇଯାଇଥିଲା । ଗଛ ଯୋଗୁ ବୋଲେରୋଟି ନଦୀ ମଧ୍ୟକୁ ଖସି ନଯାଇ ରାସ୍ତା ପାଶ୍ୱର୍ରେ ଅଟକି ରହିଥିଲା । ଯାହାଫଳରେ ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାଯାଇଛି । ଘଟଣାସ୍ଥଳରେ ନାଉଗାଁ ପୋଲିସ ପହଂଚି ତଦନ୍ତ କରୁଥିବା ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ