ଘରକୁ ଅଶୁଭ ସଙ୍କେତ ଆଣେ ବୁଢ଼ିଆଣୀ ଜାଲ

ପ୍ରାୟତଃ ସମସ୍ତେ ନିଜ ଘରକୁ ସଫାସୁତୁରା ରଖିବା ଚାହିଁଥାନ୍ତି । ଏହା ସତ୍ତେ୍ୱ ବୁଢ଼ିଆଣୀ ଘରର ଯେକୌଣସି ସ୍ଥାନରେ ତାର ଜାଲି ଭିଡି ରଖିଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବୁଢ଼ିଆଣୀ ଜାଲ ଭିଡିଲେ ଅଶୁଭ ବୋଲି କୁହାଯାଇଥାଏ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଘରେ ବୁଢ଼ିଆଣୀ ଜାଲ ଭିଡିଲେ ଏହା କଷ୍ଟ ଓ ଯନ୍ତ୍ରଣାର କାରଣ ବୋଲି ଧରିବାକୁ ପଡିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଢ଼ିଆଣୀ ଜାଲ ଘରେ ନକାରାତ୍ମକ୍ ଶକ୍ତି ବୃଦ୍ଧି କରିଥାଏ । ଏହା ସହିତ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ ।
ଯେଉଁ ଘରେ ବୁଢ଼ିଆଣୀ ଜାଲ ଭିଡିଥାଏ ସେହି ଘରର ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ରହିଥାଏ । ଏହା ସହିତ ବୁଢ଼ିଆଣୀ ଜାଲି ପରି ସବୁବେଳେ ଛନ୍ଦି ହୋଇ ରହିଥାନ୍ତି । ଯଦି ଘରେ ଛୋଟ ଛୁଆ ଥାଆନ୍ତି ଏହାର ପ୍ରଭାବରେ ତାଙ୍କ ସ୍ୱାସ୍ଥ୍ୟ ଓ ମସ୍ତିଷ୍କର ବିକାଶ ଉପରେ ପଡିଥାଏ । ଘରର ସମସ୍ୟା ବୃଦ୍ଧି ପାଇଥାଏ ।
ଘରେ ବୁଢ଼ିଆଣୀ ଜାଲ ଭିଡିବା ପଛରେ ଧାର୍ମିକ କାରଣ ବ୍ୟତୀତ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବିଜ୍ଞାନ କହେ, ବୁଢ଼ିଆଣୀର ଗୋଟିଏ ଜାଲରେ ରୋଗ ସଂକ୍ରମଣ ହେବାର ଅସଂଖ୍ୟ ଭୂତାଣୁ ରହିଥାଏ । ଯାହାକି ବିଭିନ୍ନ ରୋଗର କାରଣ ହୋଇଥାଏ । ଏଣୁ ସାବଧାନ, ଆପଣଙ୍କ ଘରେ ବୁଢ଼ିଆଣୀ ଜାଲ ଦେଖିଲେ ତୁରନ୍ତ ନଷ୍ଟ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ