ଘରକୁ ଘର ବୁଲି ଓବିସି ସର୍ଭେ କରିବା ନିମନ୍ତେ ଋାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):ଘରକୁ ଘର ବୁଲି ଓବିସି ମାନଙ୍କ ସର୍ଭେ କରି ସଂଖ୍ୟାନୁପାତରେ ଶିକ୍ଷା, ଚାକିରି ଏବଂ ରାଜନିତୀରେ ପ୍ରତିନିଧିତ୍ୱ ଦେବା ଦାବୀ ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ପଛୁଆ ବର୍ଗର ସଦସ୍ୟ ମାନଙ୍କ ଠାରେ ସଚେତନତାର ଅଭାବ ହେତୁ ଗୋଟିଏ ସେଣ୍ଟରରେ ସମସ୍ତେ ଓବିସି ବର୍ଗର ଲୋକ ମାନେ ଆସି ସର୍ଭେରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ , ଯାହା ଦ୍ୱାରା ସର୍ଭେ କାର୍ଯ୍ୟ ଅଧୁରା ହେବ । ଏଥିଲାଗି ପଛୁଆ ବର୍ଗ ଲୋକମାନଙ୍କ ହିତ ନିମନ୍ତେ ଘରକୁ ଘର ବୁଲି ସର୍ଭେ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି । ଉକ୍ତ ଦାବି ପତ୍ର ପ୍ରଦାନ ବେଳେ ବିଜୟ କୁମାର ସ୍ୱାଇଁ, ଏମ୍‌. ଗୁମାଲି, ଏ. କାଳିଆ, ଟି. କ୍ରିଷ୍ଣା ରାଓ, ସୁମା ଦାସ, ନବକୃଷ୍ଣ ସ୍ୱାଇଁ, ଭାଗିରଥି ବେହେରା, ଏସ୍‌. ଜାଗେୟାଙ୍କ ସମେତ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ