ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥି ମାନେ ପ୍ରଚାର ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର ୧୮ଟି ପଂଚାୟତ ରହିଛି । ବିଭିନ୍ନ ପଦପଦବୀ ନିମନ୍ତେ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଙ୍କୁ ଧରି ଭୋଟର ମାନଙ୍କୁ କିପରି ଆକୃଷ୍ଠ କରିବେ ସେଥି ନିମନ୍ତେ ନିର୍ବାଚନୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପୋଡାପଦର ପଂଚାୟତର ସମିତିସଭ୍ୟ ପ୍ରାର୍ଥୀନୀ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଷମା ଦାସ ଙ୍କ ପୁତ୍ରବଧୁ (ବୋହୁ) ରୂପାଲୀ ନାୟକ ନିର୍ବାଚନୀ ମୈଦାନରେ ରଣାଙ୍ଗନ ହୋଇଛନ୍ତି । ଆଜି ଠାରୁ ସେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ପଂଚାୟତର ବିଭିନ୍ନ ବିକାଶ କରିବା ସହିତ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ରହିବା ନିମନ୍ତେ ଘର ଘର ବୁଲି ପ୍ରଚାର ବେଳେ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ସମିତିସଭ୍ୟ ପ୍ରାର୍ôଥନୀ ରୂପାଲୀ ନିଜ ଶାଶୁ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଷମା ଦାସ ଏବଂ ଶ୍ୱଶୁର ତଥା ପୂର୍ବତନ ସରପଂଚ ପ୍ରଦୀପ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ବିକାଶ ମୂଳକ କାର୍ଯ୍ୟର ଉଦାହରଣ ଦେବା ସହ ଉଭୟଙ୍କୁ ସାଥିରେ ଧରି ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ତାଙ୍କ ସମର୍ଥକ ମାନେ ମଧ୍ୟ ଉପସ୍ଥିତ ରହି ପ୍ରଚାର କରୁଛନ୍ତି ।


