ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ଜୋରଦାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଛତ୍ରପୁର ବ୍ଲକରେ ପ୍ରାର୍ଥି ମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଏହି ବ୍ଲକରେ ୧୮ଟି ପଂଚାୟତ ରହିଛି । ବିଭିନ୍ନ ପଦପଦବୀ ନିମନ୍ତେ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଙ୍କୁ ଧରି ଭୋଟର ମାନଙ୍କୁ କିପରି ଆକୃଷ୍ଠ କରିବେ ସେଥି ନିମନ୍ତେ ଭିନ୍ନ ଢଙ୍ଗରେ ନିର୍ବାଚନୀ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଭିକାରିପଲ୍ଲୀ ଗ୍ରାମ ପଂଚାୟତର ସରପଞ୍ଚ ପ୍ରାର୍ଥୀନୀ ମମତା ସୁବୁଦ୍ଧି ଓ ସମିତିସଭ୍ୟ ପ୍ରାର୍ଥୀନୀ ଭାବେ ଏନ.କାନ୍ତାମା ପାତ୍ର ନିର୍ବାଚନ ମୈଦାନରେ ରଣାଙ୍ଗନ ହୋଇଛନ୍ତି । ଆଜି ଠାରୁ ସେମାନେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ପଂଚାୟତର ବିଭିନ୍ନ ବିକାଶ କରିବା ସହିତ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ରହିବା ନିମନ୍ତେ ଘର କୁ ଘର ବୁଲି ପ୍ରଚାର ବେଳେ ସେମାନେ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ସରପଞ୍ଚ ପ୍ରାର୍ଥୀନୀ ମମତା ସୁବୁଦ୍ଧି ଓ ସମିତିସଭ୍ୟ ପ୍ରାର୍ଥୀନୀ ଭାବେ ଏନ୍. କାନ୍ତାମା ପାତ୍ର ସାର୍ଥୀରେ ପଞ୍ଚାୟତର ମହିଳା , ଯୁବ ସଂଗଠକ ଏବଂ ତୁଙ୍ଗନେତା ମାନଙ୍କୁ ଧରି ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହି ନିର୍ବାଚନୀ ପ୍ରଚାର ବେଳେ ଦୁଇ ପ୍ରାର୍ଥୀଙ୍କ ସହ ଭିକାରିପଲ୍ଲୀ ପଂଚାୟତର ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଯୁବ ନେତା ନୀଳକଣ୍ଠ ଦାଶ ଓ ମୁନା ପାତ୍ରଙ୍କ ସମେତ ବହୁ ସମର୍ଥକ ମାନେ ସାମିଲ ଥିଲେ ।


