ଘରକୁ ଘର ବୁଲି ପ୍ରଚାର ଆରମ୍ଭ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କର ପ୍ରଚାର ସେତିକି ଜୋରଦାର ହେଉଛି । କୋଭିଡ କଟକଣା ମାନି ପ୍ରାର୍ଥୀମାନେ ନିଜ ନିଜ ପଂଚାୟତରେ ପ୍ରଚାର କରୁଥିବା ଦେଖାଯାଇଛି । ଗଳଦାରୀ ପଂଚାୟତରେ ବିଜେଡି ସମଥିତ ପଂଚାୟତ ସଭ୍ୟ ପ୍ରାର୍ଥୀନୀ ଲକ୍ଷ୍ମିପ୍ରିୟା ସ୍ୱାଇଁ, ସରପଂଚ ପ୍ରାର୍ଥୀ ଦିଲ୍ଲିପ କୁମାର ନାୟକ, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅମିତା ସ୍ୱାଇଁ ମିଳିତ ଭାବେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ସେହିପରି ଘୋଡାଂଶ ପଂଚାୟତର ବିଜେଡି ସମଥିତ ପଂଚାୟତ ସମିତି ସଭ୍ୟା ପ୍ରାର୍ଥୀନୀ ଏଲିନା ଦାସ, ସରପଂଚ ପ୍ରାର୍ଥୀ ଆର୍ତବନ୍ଧୁ ବିଶ୍ୱାଳ ଘରକୁ ଘର ବୁଲି ଭୋଟରମାନଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ