ଘରକୁ ଫେରିନପାରି ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ତେବେ ଘରକୁ ଫେରିନପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ଗଙ୍ଗାଧର ବିଶ୍ୱାଳ । ସେ ହରିୟାଣା ଯମୁନାବିହାର ଅଞ୍ଚଳରେ ରହି ନିର୍ମାଣ ଶ୍ରମିକଭାବେ କାମ କରୁଥିଲେ । ଗଛରେ ରଶି ଲଗାଇ ଗଙ୍ଗାଧର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ଲକଡାଉନରେ ଫସିଥିବା ଗଙ୍ଗାଧର ପୂର୍ବରୁ ନିଜ ଗାଁକୁ ଫେରିବା ପାଇଁ ସୋସିସାଲ ମିଡିଆରେ ଆକୁଳ ନିବେଦନ କରିଥିଲେ । ସୋସିସାଲ ମିଡିଆରେ ଜରିଆରେ ସେ ସରକାରଙ୍କ ଠାରୁ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ । ତେବେ କେଉଁଠୁ କିଛି ସହଯୋଗ ନପାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରକୁ ଫେରିବାର କିଛି ଉପାୟ ନପାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।


