ଘରକୁ ଫେରିଲେ ପ୍ରବାସୀ, ସରପଞ୍ଚଙ୍କ ପକ୍ଷରୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନ୍ଏସ୍) : ହାଟଡିହି ହାଇସ୍କୁଲ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସଙ୍ଗରୋଧରେ ରହିଥିବା ୨୫ଜଣ ପ୍ରବାସୀ ଓଡିଆଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନାରେ ବିଦାୟ ଦିଆଯାଇଛି । କିଏ ୨୧ଦିନ ତ ଆଉ କିଏ ୧୮ଦିନ ଆଉ କିଏ ୧୪ଦିନ ସଙ୍ଗରୋଧରେ ରହି ଆଜି ଘରକୁ ଫେରିଛନ୍ତି । ଆଜି ଏହି ବିଦାୟବେଳେ ସମସ୍ତଙ୍କ ମଧ୍ୟରେ ଘରକୁ ଫେରିବାର ଆନନ୍ଦ ଓ ସଙ୍ଗରୋଧରେ ରହି ଗୋଟିଏ ପରିବାର ଭଳି ଚଳିଆସିଥିବା ଏହି ପ୍ରବାସୀ ମାନେ ନିଜ ନିଜ ଠାରୁ ଦୁରେଇ ଯାଉଥିବା ଦୁଃଖ ସମସ୍ତଙ୍କ ଠାରେ ପରିଷ୍ପୁଟ ହୋଇଥିଲା । ସରପଞ୍ଚ ଅନୁସୁୟା ସେଠୀ, ଓ ସମାଜସେବୀ କଳ୍ପତରୁ ସେଠୀ ସମସ୍ତ ପ୍ରବାସୀ ମାନଙ୍କୁ ମିଠା ଖୁଆଇ ସେମାନଙ୍କ ହାତରେ ଡିସଚାର୍ଜ ସାଟିଫିକେଟ, ମେଡିକାଲ ରିପୋର୍ଟ ପ୍ରଭୃତି ପ୍ରଦାନ କରିଥିଲେ । ଗେଟ ସମ୍ମୁଖରେ ସରପଞ୍ଚଙ୍କ ସହିତ ପିଇଓ ଶରତ କୁମାର ବେଜ, ନୋଡାଲ ଅଫିସର ବିକାଶ ଜେନା, ସରପଞ୍ଚଙ୍କ ପ୍ରତିନିଧି ତଥା ସାମଜସେବୀ କଳ୍ପତରୁ ସେଠୀ, ଅଙ୍ଗନବାଡି କର୍ମୀ ପ୍ରୀୟଦର୍ଶନୀ ନନ୍ଦ, ପଞ୍ଚାୟତର ବିଜେଡି ସଭାପତି କାମପାଳ ନାୟକ, ସମାଜସେବୀ କୈଳାଶ ରାଉତ, ଶିକ୍ଷକ ସଦାଶିବ ଚକ୍ର, ପ୍ରମୋଦ ବେହେରା, ଆଶୁତୋଷ ପହି, ଗାଁର ଯୁବ ସହଯୋଗୀ ବିଶ୍ୱନାଥ ସାହୁ, ସରୋଜ କୁମାର ସାହୁ, ମାନସ ସେଠୀ, ନାରାୟଣ ପ୍ରସାଦ ଖୁଣ୍ଟିଆ, କମଳ ଲୋଚନ ରଣା, ମାନସ ରଣା, କାଳନ୍ଦି ମଲତଲିକ, ବଳରାମ ମଲ୍ଲିକ, କାଳନ୍ଦି ମୁଖୀ, ପଞ୍ଚାୟତ କର୍ମଚାରୀ ଚକ୍ରଧର ଭୁୟାଁ, ଭାଗିରଥି ସେଠୀ ପ୍ରମୁଖ ପୁଷ୍ପବୃଷ୍ଟି କରି ସେମାନଙ୍କୁ ସୁଖ ନିରାମୟ ଜୀବନ କାମନା କରିବା ସହିତ ବିଦାୟ ଜଣାଇଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ