ଘରକୁ ବିଦ୍ୟୁତ ସଂଯୋଗ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଲମ୍ବ ଅଂଚଳ ର ଦମ୍ପତି
ଛତ୍ରପୁର, (ଦେବଦତ୍ତ ମହାରଣା):ଘରକୁ ବିଦ୍ୟୁତ ସଂଯୋଗ ଲାଗି ସମସ୍ତ ଆବଶ୍ୟକୀୟ ଟଙ୍କା ଜମା କଲା ପରେ ମଧ୍ୟ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଉନଥିବାରୁ ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷ ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ପଞ୍ଚାୟତର ଶୈଳବାଳା ପ୍ରଧାନ ଓ ତାଙ୍କ ସ୍ୱାମୀ ବିପ୍ର ଚରଣ ପ୍ରଧାନ l ଶୈଳବାଳା ପ୍ରଧାନ ଜଣେ ବିକଳାଙ୍ଗ ମହିଳା l ସେ ଯେଉଁ ଘରେ ବାସ କରୁଛନ୍ତି ସେହି ଘରକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ସେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ସମସ୍ତ ଟଙ୍କା ଜମା କରିସାରିଥିଲେ ମଧ୍ୟ ସେ ମାସିକ ବିଦ୍ୟୁତ ଦେୟ ଜମା କରିପାରିବେ ନାହିଁ ବୋଲି ଭାବି ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରୁନଥିବା ଉଭୟ ଶୈଳବାଳା ପ୍ରଧାନ ଓ ସ୍ୱାମୀ ବିପ୍ର ଚରଣ ପ୍ରଧାନ ସୋମବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଅନ୍ୟପଟେ ବିଦ୍ୟୁତ ବିଭାଗର ପୋଲସରା ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଉକ୍ତ ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳ ନିର୍ଦେଶ ଦେଇଥିବା ସୂଚନା ମିଳିଛି l