ଘରକୁ ସଜାନ୍ତୁ ୱାଲପେପର୍ସରେ
ସମସ୍ତେ ଚାହାନ୍ତି ନିଜ ଘରକୁ ଏକ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଦେବାକୁ ଯାହା ଅନ୍ୟମାନଙ୍କୁ ଆକର୍ଷିତ କରିପାରିବ । ଯଦି ଆପଣ କାନ୍ଥର ରଙ୍ଗ ବଦଳାଇବା ସହ କିଛି ଅଲଗା କରିବାକୁ ଚାହୁଁଛନ୍ତି, ତାହା ହେଲେ ୱାଲପେପର ବ୍ୟବହାର କରିପାରିବେ । ତାହା ହେଲେ ଚାଲନ୍ତୁ ଜାଣିବା କେମିତି ଦେବେ ଘର କାନ୍ଥର ନୂଆ ଲୁକ୍ ।
ନିଜ ରୁମ୍ର ସ୍ପେସ ସହ ଓ ସ୍ଥାନ ଦୁଇଟିକୁ ଦେଖି ୱାଲପେପର ଚୟନ କରନ୍ତୁ । ଏପରି କରି ଆପଣ ଘରକୁ କଣ୍ଟେମ୍ପରାରୀ ଡିଜାଇନର ଲୁକ୍ ଦେବା ସହ ନିଜ ଟଙ୍କାକୁ ବଞ୍ଚାଇପାରିବେ ।
ଆଜିର ସବୁ ଜେନେରେଶନ୍କୁ ଧ୍ୟାନ ରଖି ଏହି ପ୍ରକାର ୱାଲପେପର ପ୍ରସ୍ତୁତ ହୋଇଛି । ଏହାର ମେଟାଲିକ୍ କଲର ଇଫେ କଟ ବହୁତ ପସନ୍ଦ ଯୋଗ୍ୟ ହୋଇପାରୁଛି । କେଉଁ ପ୍ରକାର ୱାଲପେପର ଲଗାନ୍ତୁ ନା କାହିଁକି ତା’ର କ୍ୱାଲିଟି ଉପରେ ଧ୍ୟାନ ରଖନ୍ତୁ । ସେ ୱାଶବେଲ ହେବା ମଧ୍ୟ ଜରୁରୀ । ୱାଶେବେଲ ୱାଲପେପର ଅଧିକ ଦିନ ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଇଥାଏ । କାହିଁକି ନା ଏହାକୁ ଅଳ୍ପ ସାମ୍ପୋ ପାଣି କି ଡିଟରଜେଣ୍ଟ ପାଣିରେ ଓଦା କପଡା ବୁଡାଇ ସଫା କରିପାରିବେ । କିଚେନ୍ ଓ ବାଥରୁମ୍ ଭଳି ଜାଗାରେ ଓଦା ପ୍ରାୟତଃ ରହିଥାଏ । ଏଥିସହ କାନ୍ଥରେ ପାଣି, ଷ୍ଟିମ୍ ଅନ୍ୟ ଚିକ୍କଣ ପଦାର୍ଥ ଲାଗିବାର ଭୟ ରହିଛି । ଏଥିପାଇଁ ୱାଶେବଲ ୱାଲପେପର କିଣିପାରନ୍ତିୟ
ବେଡରୁମ୍ ଓ ଲିଭିଙ୍ଗ ରୁମ୍ରେ ଟ୍ରାଡିଶନାଲ କିମ୍ବା ଫ୍ୟାବ୍ରିକ୍ କୌଣସି ବି କଲର, ଡିଜାଇନ୍, ପସନ୍ଦ ଯୁକ୍ତ ଚିତ୍ର ଥିବା ୱାଲପେପରକୁ ଲଗାଇ ଟ୍ରାଏ କରିପାରିବେ । ଏହି ସବୁ ଜାଗାରେ ୱାଲପେପର ଲଗାଉଥିବା ସମୟରେ ଟିକେ ଦେଖିଚାହିଁ ପସନ୍ଦ କରନ୍ତୁ । ଟେକ୍ସଚର୍ଡ ୱାଲପେପର ୱାଲପେପର ଲଗାଇବା ଦ୍ୱାରା ଘରକୁ ମିଳିଥାଏ ନୂଆ ଲୁକ୍ । ଏବେ ଏହାକୁ ଖୁବ୍ ପସନ୍ଦ କରାଯାଉଛି । କାହିଁକି ନା ଏହା ଘରକୁ ନାଚୁରାଲ ଲୁକ୍ ଦେଇଥାଏ । ଅରିଜିନାଲ ଲୁକ୍ କାରଣରୁ ଏହାର ବହୁତ ଡିମାଣ୍ଡ ରହିଛି ।