ଘରଘର ବୁଲି ଭତ୍ତା ବଣ୍ଟା

ହାଟଡ଼ିହି : କରୋନା ସଂକ୍ରମଣକୁ ରୋକିବା ପାଇଁ ଘରୁ ନବାହାରିବାକୁ ସରକାର ପଦକ୍ଷେପ ନେବାପରେ ଗରିବ ବୁଢ଼ାବୁଢ଼ି ଓ ଭିନ୍ନକ୍ଷମ ମାନଙ୍କୁ ଏକାଥରକେ ୪ମାସର ଭତ୍ତା ପ୍ରଦାନ କରିଛନ୍ତି । ପଞ୍ଚାୟତ ମାନଙ୍କରେ ଗହଳି ନହେବା ଲାଗି ପ୍ରଶାସନ ପକ୍ଷରୁ ଘରଘର ବୁଲି ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯିବା ପରେ ଗତକାଲି ଠାରୁ ପିଇଓ ଏବଂ ଜିଆରଏସ ମାନେ ଘରଘର ବୁଲି ଭତ୍ତା ବଣ୍ଟନ କରୁଛନ୍ତି । ଆଜି ସଢ଼ା ପଞ୍ଚାୟତରେ ଜିଆରଏସ ଗାଁ ଗାଁ ବୁଲି ଭତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ