ଘରଡିହ ପଟ୍ଟ ଦାବିରେ ଜାଗ୍ରତ ନାରୀ ସଂଘର ଗୁହାରୀ

ବାଲେଶ୍ୱର, (ସରୋଜ ପଣ୍ଡା ): ଭୂମିହୀନ ଗରିବ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ ଦାବିରେ ଜାଗ୍ରତ ନାରୀ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ସଂଗଠନର ସଭାପତି ମମତା ଦାସଙ୍କ ନେତୃତ୍ୱରେ ଶତାଧିକ ଗରିବ ତଥା ଭୂମିହୀନ ପରିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳଙ୍କଠାରେ ଆପତ୍ତି ଜଣାଇଥିଲେ । ଜମିପଟ୍ଟା ପ୍ରଦାନରେ ସଦର ଓ ରେମୁଣା ତହସିଲଦାର କାଳକ୍ଷେପଣ ନୀତିକୁ ସଂଘର କର୍ମକର୍ତ୍ତାମାନେ ସମାଲୋଚନା କରିଥିଲେ । ସରକାରୀ ନିୟମ ଅନୁସାରେ ରାଜ୍ୟର ଅନ୍ୟାନ୍ୟ ଜିଲାର ସହରାଞ୍ଚଳ ତଥା ସହର ଉପକଣ୍ଠ ବସ୍ତିବାସିନ୍ଦାଙ୍କୁ ଘରଡିହ ପାଇଁ ଜମି ଯୋଗାଇ ଦିଆଯାଉଥିବା ବେଳେ ବାଲେଶ୍ୱରରେ ଏହାର ବ୍ୟତିକ୍ରମ ଦେଖାଯାଇଛି ବୋଲି ସଭାପତି ଶ୍ରୀମତୀ ଦାସ ଆରୋପ କରିଥିଲେ । ପଟ୍ଟା ପାଇଁ ଭୂମିହୀନ ପରିବାରଙ୍କ ପକ୍ଷରୁ ଦୁଇ ଗୋଟି ତହସିଲରେ ବାରମ୍ବାର ଦାବି କରାଯାଉଥିଲେ ବି ତହସିଲଦାର ଏହାକୁ ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଜାଗ୍ରତ ନାରୀ ସଂଘ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ଶ୍ରୀମତି ଦାସ ଚେତାବନୀ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ