ଘରତିଆରି ଓ ଘର ଭଙ୍ଗା ସାମଗ୍ରୀ ରାସ୍ତାରୁ ହଟାଇବା ନିମନ୍ତେ ଏନଏସି ର କଡା ନିର୍ଦ୍ଦେଶ 

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲାର ସଦରମହକୁମା ଦିନକୁ ଦିନ ସଜେଇ ହେଉଛି । ଏନଏସି ଓ ଜିଲ୍ଲାପ୍ରଶାସନର ସହାୟତାରେ ଏନଏସିକୁ ଅଧିକ ସୁନ୍ଦର ଓସୈାଦର୍ଯ୍ୟ କରଣ କରାଯାଉଛି । ଭିଆଇପି ରୋଡ ଠାରେ ଲୋକଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ପାର୍କ ଗୁଡିକ ନିର୍ମାଣ କରାଯାଇଛି । ଏହାସହିତ ଆଇ ଲଭୟୁ ଛତ୍ରପୁର ର ସେଲଫି ପଏଣ୍ଟ ମଧ୍ୟ ଅଛି । ମହାପୁରୁଷଙ୍କୁ ଯୁବ ପିଢି ମାନେ ମନେରଖିବା ନିମନ୍ତେ ରାସ୍ତା ପାଶ୍ୱର୍ ରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତ ଗୁଡିକ ସ୍ଥାପନ କରାଯାଇଛି । ଏହାସହ ବିଭିନ୍ନ ରକମର ଝିକଯାକ ଲାଇଟ ଲଗାଯାଇଛି । ନୀୟମିତ ସାନିଟାଇଜର କର୍ମଚାରୀଙ୍କ ଦ୍ୱାରା ଦୋନରାତି ସଫେଇ କରାଯାଉଛି ଏବଂ ଘରକୁ ଘର ଗାଡି ବୁଲି ମଇଳା ଅଣାଯାଉଛି । ଏହାକୁ ୱାର୍ଡ ଲେବଲ ଅଫିସର ଓ ସ୍ୱଚ୍ଛସାଥୀ ମାନେ ନୀୟମିତ ତଦାରଖ କରୁଛନ୍ତି । ଏହି ସବୁ ଭିତରେ ସୁନ୍ଦର ସୈାଦର୍ଯ୍ୟକୁ ବାଟ ଓଗାଳୁଛି କିଛି ଗୁଡିଏ ବେଆଇନ କାର୍ଯ୍ୟ । ଏନଏସିର ବିଭିନ୍ନ ସାହି ବସ୍ତିରେ ଘରତିଆରି କରିବା ସାମଗ୍ରୀ ରାସ୍ତାରେ ପକାଯାଇଥିବାରୁ ରାସ୍ତା ଯାମ ସହିତ ଅପରିଷ୍କାର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ବିଭିନ୍ନ ସମୟରେ ତିଆରି ସାମଗ୍ରୀ ଏବଂ ଘର ଭଙ୍ଗା ବିଭିନ୍ନ ସାମଗ୍ରୀ ରାସ୍ତା ପକାଉଛନ୍ତି । ଯାହାଫଳରେ ଅନ୍ୟଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସହରର ବିଭିନ୍ନ ସାହିରେ ରାସ୍ତା ରେ ଘରତିଆରି ସାମଗ୍ରୀ ହଟାଇବାକୁ କହିଛି । ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ପ୍ରଚାର ଗାଡି ସାହି କୁ ସାହି ବୁଲୁଛି । ଏଥିରେ ଯେଉଁ ମାନେ ଖିଲାପ କଲେ ସେମାନଙ୍କ ଠାରୁ ଜରମାନା ଆଦାୟ କରାଯିବ ବୋଲି ମଧ୍ୟ ଏନଏସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ