ଘରୁ ଗାଡି କାଢିଲେ ହେବ ସିଜ୍
ଭୁବନେଶ୍ବର : କରୋନା ସତର୍କତା ପାଇଁ ରାଜ୍ୟ ସରକାର ଆଜି ସମ୍ପୂର୍ଣ୍ଣ ଜିଲ୍ଲାକୁ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଆଜି ମଧ୍ୟ ରାତ୍ରିରୁ ସମ୍ପୂର୍ଣ୍ଣ ୩୦ଟି ଜିଲ୍ଲାକୁ ଲକ୍ ଡାଉନ୍ କରାଯିବ । ପୂର୍ବରୁ ୫ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଗତକାଲି ଆଉ ୯ଟି ଜିଲ୍ଲାକୁ ଲକ୍ ଡାଉନ୍ କରାଯାଇଥିଲା । ତେବେ ଲକ୍ ଡାଉନ୍ ସମୟରେ କେହି କେହି ଏହାକୁ ମାନୁନଥିବାର ଦେଖାଯାଉଛି। ଏନେଇ ରାଜ୍ୟ ସରକାର ଆହୁରି କଠୋର ହୋଇଛନ୍ତି। କରୋନା କଟକଣା ନେଇ ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ ଦେଇଛନ୍ତି।
କରୋନା କଟକଣା ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। କୌଣସି ବାହାନା କରି ଘରୁ ଗାଡି କାଢିଲେ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା। ସ୍ବତନ୍ତ୍ର ଆଇନ ବଳରେ ଆବଶ୍ୟକ ହେଲେ ଗାଡି ସିଜ୍ ହେବ ବୋଲି ସୂଚନା ରହିଛି। ସଚେତନ ଦ୍ବାରା ହିଁ କରୋନା ରୋକିହେବ ବୋଲି କହିଛନ୍ତି ମନ୍ତ୍ରୀ। ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଯାଇଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।


