ଘରୁ ନାଗସାପ ଉଦ୍ଧାର

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସମଣା ଗ୍ରାମର ସତ୍ୟପ୍ରୀୟ ନନ୍ଦଙ୍କ ବାଡିରୁ ଏକ ନାଗସାପ ଉଦ୍ଧାର କରାଯାଇଛି । ସପଟି ଘରେ ଥିବାବେଳେ ପରିବାର ଲୋକେ ଘଉଡାଇ ଦେବାରୁ ସେ ଆସି ବାଡିରେ ପଡିଥିବା ସିମେଣ୍ଟ ଖୁଣ୍ଟ ଗୁଡିକ ଭିତରେ ପସିଯାଇଥିଲା । ପରିବାର ଲୋକେ ଭୟଭୀତ ହୋଇପଡିବାରୁ ସ୍ଥାନୀୟ ଲୋକମାନେ ସାପଧରାଳି ସଞ୍ଜୟ ପଣ୍ଡାଙ୍କୁ ଖବର ଦେଇଥିଲେ । ସେ ତୁରନ୍ତ ସେଠାରେ ପହଞ୍ଚି ଅତି ଯତ୍ନ ସହକାରେ ସାପଟିକୁ ଧରି ନିକଟସ୍ଥ ନଇକୁଳରେ ଛାଡି ଦେଇଥିଲେ । ସଞ୍ଜୟ ପଣ୍ଡା ଏ ଅଞ୍ଚଳରେ ଅନେକ ସାପଧରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ତାଙ୍କୁ କୌଣସି ସହଯୋଗ କରାଯାଉ ନଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ