ଘରେ କେଉଁଠି ଆଇନା ଲଗାଇଲେ ଶୁଭ, କେଉଁଠି ଅଶୁଭ

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖୁ । କିନ୍ତୁ ଦର୍ପଣକୁ ଘରେ ଠିକ୍ ସ୍ଥାନରେ ରଖାଯିବା ଉଚିତ । କାରଣ ଏହା ଉଭୟ ଶୁଭ ଓ ଅଶୁଭ ଫଳ ଦେଇଥାଏ । ଭୁଲ ଦିଗ ବା ଭୁଲ ସ୍ଥାନରେ ଏହାକୁ ରଖିଲେ ଶୁଭ ଫଳ ପ୍ରାପ୍ତି ହୁଏ । ତାହା ହେଲେ ଜାଣି ନିଅନ୍ତୁ ଦର୍ପଣକୁ ଘରେ ରଖିବେ କେମିତି ।
ଘରର ଐଶାନ୍ୟ (ଉତ୍ତରପୂର୍ବ) କୋଣରେ ଦର୍ପଣର ଉପସ୍ଥିତି ଲାଭଦାୟକ ହୋଇଥାଏ ।
ଦର୍ପଣକୁ କେବେ ବି ଝରକା ଓ କବାଟ ଆଡକୁ ମୁହଁ କରି ରଖନ୍ତୁ ନାହିଁ । ଛୋଟ ଓ ସଙ୍କୁଚିତ ଜାଗାରେ ଦର୍ପଣ ରଖିବା ଦ୍ୱାରା ଘର ଉପରେ ଶୁଭ ପ୍ରଭାବ ପଡିଥାଏ ।
ଡାଇନିଂ ରୁମ୍ଟି ଛୋଟ ହୋଇଥିଲେ ଏହାର ଚାରି କାନ୍ଥରେ ଦର୍ପଣ ଥିବା ଟାଇଲସ୍ ଲଗାନ୍ତୁ । ଏପରି କଲେ ଆପଣଙ୍କୁ ଲାଗିବ ନାହିଁ ଯେ ଆପଣ ଅତିଥିଙ୍କ ସହିତ ଛୋଟ ରୁମ୍ରେ ବସିଛନ୍ତି ।
ରୁମରେ ଦୁଇଟି କାନ୍ଥରେ ଦର୍ପଣକୁ ସାମ୍ନାସାମ୍ନି କରି ରଖନ୍ତୁନାହିଁ । ଏହା ଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହୁଏ ।
ଦର୍ପଣକୁ କାଟି ଆପଣଙ୍କ ପସନ୍ଦ ଅନୁସାରେ ଉପଯୋଗ କରନ୍ତୁ ନାହିଁ ।
ଘରର କୌଣସି ସ୍ଥାନ ସାଧାରଣ ଆକାରର ନ ଥିଲେ ଅବା ଅନ୍ଧାରିଆ ହୋଇଥିଲେ ସେଠାରେ ଗୋଲାକାର ଦର୍ପଣ ରଖନ୍ତୁ ।
ଘର ବାହାରେ ଯଦି ବିଦ୍ୟୁତ ଖୁଣ୍ଟ, ଉଚ୍ଚ କୋଠା, ଅଦରକାରୀ ଗଛ ରହିଛି ଓ ଏଥିଯୋଗୁଁ ଆପଣ ଚାପଗ୍ରସ୍ତ ମନେ କରୁଛନ୍ତି, ତାହା ହେଲେ ସେଗୁଡିକ ମୁହଁ କରି ଏକ ଉତ୍ତଳ ଦର୍ପଣ ଲଗାନ୍ତୁ ।
ଦର୍ପଣକୁ କାନ୍ଥରେ ଲଗାଇବା ସମୟରେ ଅଧିକ ତଳେ କିମ୍ବା ଉପରେ ଲଗାନ୍ତୁ ନାହିଁ । ନଚେତ ଘରେ ଲୋକେ ମୁଣ୍ଡ ବିନ୍ଧା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଶୟନ କକ୍ଷରେ ବେଡ ସମ୍ମୁଖରେ ଦର୍ପଣ ରଖିଥିଲେ ହଟାଇ ଦିଅନ୍ତୁ । ଏହା ବୈବାହିକ ଜୀବନରେ ଫାଟ ସୃଷ୍ଟି କରେ ।
ଘରର ଐଶାନ୍ୟ କୋଣରେ ଉତ୍ତର ଅବା ପୂର୍ବ ଦିଗରେ ଥିବା ୱାସିଂବେସିନ୍ ଉପରେ ଦର୍ପଣ ଲଗାନ୍ତୁ । ଏହା ଶୁଭ ଫଳଦାୟକ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ