ଘରେ କେହି ନଥିବା ଦେଖି କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଥିବା ଏକ ଘରେ କେହି ନଥିବାର ସୁଯୋଗ ଉଣ୍ଡି ଦୃର୍ବୃତ୍ତମାନେ କଳାକନା ବୁଲାଇଦେଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବିଶ୍ୱନାଥ ନଗରର ପ୍ରଭାତ ମିଶ୍ର କୌଣସି କାମରେ ସପରିବାର ଜୟପୁର ଯାଇଥିଲେ । ତେବେ ବଡିଭୋର ସମୟରେ ପହଞ୍ଚିବା ପରେ ଘରର ଗ୍ରୀଲ ଗେଟର ଚାବି କାଡିବା ବେଳକୁ ଚାବି ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ଏହାପରେ ଘରର ପ୍ରବେଶ କବାଟ ସହ ଅନ୍ୟ କକ୍ଷଗୁଡିର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇ ଥିଲେ । ଘର ମଧ୍ୟକୁ ଯାଇ ଆଲମିରା ଓ ଅନ୍ୟାନ୍ୟ ଜିନିଷ ଗୁଡିକୁ ଦେଖିବା ବେଳେ ଜାଣିବାକୁ ପାଇଥିଲେ ଯେ, ଘରେ ଥିବା ୧୬ଭରି ସୁନା ଓ ନଗଦ ୩୦ହଜାର ଟଙ୍କା ସହ ଆସବାବ ପତ୍ର ଚୋରି ହୋଇଛି । ଏହାପରେ ଶ୍ରୀ ମିଶ୍ର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାରଳା ଆଦର୍ଶ ଥାନା ପୋଲିସ ପହଂଚି ଅନୁସନ୍ଧାନ କରି ଫେରିଛନ୍ତି । ଏନେଇ ଅଧିକା ତଦନ୍ତ ଚାଲୁ ରହିଥିବା ଏବଂ ଅଞ୍ଚଳର ଲାଗିଥିବା ସିସିଟିଭି ଫୁଟେଜ ଗୁଡିକୁ ଯାଞ୍ଚ କରୁଥିବାର ଥାନା ସୂତ୍ରରୁ ପ୍ରକାଶ । ତେବେ ପାରଳା ସହରରେ ଏପରି ପ୍ରଥମ ଘଟଣା ନୁହେଁ ଏହି କେତେ ମାସ ମଧ୍ୟରେ ଚୋରିହାରି ବଢିବାରେ ଲାଗିଛି । ଘରର ମୁଖ୍ୟଫାଟକରେ ତାଲାପଡିଥିବାର ଦେଖି ଦୃର୍ବୃତ୍ତମାନେ ତାଲା, ଗ୍ରୀଲ ଭାଙ୍ଗି କଳାକନା ବୁଲାଇ ଚାଲିଛନ୍ତି । ତେଣୁ ରାତ୍ରକାଳୀନ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ