ଘରେ ଘରେ କୋଭିଡ୍ ପରିଚାଳନା କମିଟିର ସଚେତନତା କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର କୋଭିଡ୍ ପରିଚାଳନା କମିଟିକୁ ବ୍ଲକ ପ୍ରଶାସନ ସହଯୋଗରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ତରଫରୁ ଜୁଲାଇ ମାସର ପ୍ରଥମ ସପ୍ତାହରେ କୋଭିଡ୍ ସଚେତନତା ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଗୋପିନାଥପୁର ଗ୍ରାମର କୋଭିଡ୍ ପରିଚାଳନା କମିଟି ଘରେ ଘରେ ବୁଲି ସାବୁନ୍ରେ ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ବାହାରେ ଛେପଖଙ୍କାର ନପକାଇବା, ଥଣ୍ଡା, କାଶ, ଛିଙ୍କ, ଜ୍ୱର, ତଣ୍ଟି ବ୍ୟଥା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା, ପ୍ରବାସୀ ଆସିଲେ କ୍ଲଷ୍ଟର ଟି.ଏମ୍.ସିରେ ରଖିବା ବ୍ୟବସ୍ଥା କରାଯିବା ବିଷୟରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ୱାର୍ଡସଭ୍ୟ ଭଜନ ବେହେରା, ୱାର୍ଡ ସଭ୍ୟା ଡଲି ଜେନା, ଅଙ୍ଗନୱାଡି କର୍ମୀ କୌଶଲ୍ୟା ଶିଅଳ, ସୂର୍ଯ୍ୟମଣି ସାହୁ, ଆଶା କର୍ମୀ ନନ୍ଦିନୀ ସାହୁ, କମିଟି ସଭ୍ୟସଭ୍ୟା ଉମାକାନ୍ତ ମହାପାତ୍ର, ଗଙ୍ଗାଧର ମହାପାତ୍ର, କୁଞ୍ଜଲତା ଜେନା, କଳ୍ପନା ଯେନା, ଲବଙ୍ଗ ସାହୁ, ଭରତ ସାହୁ, ଯୁବ ସ୍ୱେଚ୍ଛାସେବୀ ବରୁଣ ପେରେଇ, ଅଜୟ ଜେନା, ଧୃବ ଚରଣ ଜେନା, ରମେଶ ଜେନା, ଲକ୍ଷ୍ମୀଧର ଗାହାଣ ସାମିଲ ହୋଇ ଘରେ ଘରେ କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ବିଷୟରେ ସଚେତନ କରାଇଥିଲେ ।