ଘରେ ଘରେ ଜ୍ୱର ଥଣ୍ଡା ଲୋକେ ଆତଙ୍କିତ

ତିର୍ତୋଲ (ଅଭିଷେକ ତ୍ରିପାଠୀ ) : ଦିନକୁ ଦିନ କରୋନା ର ମିଟର  ଉପର ମୁଁହା ହେଉଥିବା ବେଳେ କରୋନା ର ଲକ୍ଷଣ ଓ କରୋନା କୁ କିଭଳି ଭାବେ ରୋକାଯାଇପାରିବ ଓ କଣ କଲେ ଆମେ କରୋନା ଠାରୁ ଦୂରରେ ରହିପାରିବା ସରକାର କିଛି ଦିନ ତଳେ ଦୈନିକ ଗଣମାଧ୍ୟମ ରେ ସଚେତନତା କରୁଥିବା ବେଳେ, କିନ୍ତୁ ବେକାବୁ ରୋଗର ମାୟା ଜାଲ ରେ ସାରା ଓଡିଶା l ଜଗତସିଂହପୁର ଜିଲ୍ଲା ର କରୋନା ସ୍ଥିତି କୁ ଦେଖିଲେ ଦୈନିକ ୧୫୦ ପଜିଟିଭ ର ପାହାଡ଼ ଛିଡା ହେଉଥିବା ବେଳେ ଏବେ ତିର୍ତୋଲ ର ବିଭିନ୍ନ ଅଞ୍ଚଳରେ ଘରେ ଘରେ ପ୍ରାୟ ଲୋକଙ୍କୁ ଥଣ୍ଡା ଜ୍ୱର ସହିତ କାଶ ଓ ଅନ୍ୟାନ୍ୟ ଗଳା ଜନିତ ସମସ୍ୟା ଉପୁଜୁଥିବା ବେଳେ ସାଧାରଣ ଲୋକ ସରକାର ଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଓ ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିନା ମୂଲ୍ୟ ରେ କୋଭିଡ ପରୀକ୍ଷା ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ଲୋକ ମାନେ ସେଠାକୁ ନ ଯାଇ ନିଜ ନିଜର ନିକଟସ୍ଥ ଔଷଧ ଦୋକାନରୁ କାନ ଶୁଣା କଥା କୁ ନେଇ କିଛି ନାମିଦାମୀ କମ୍ପାନୀର ଔଷଧ ଆଣି ତାକୁ ବ୍ୟବହାର କରୁଛନ୍ତି l ସାଧାରଣତ ଗାଁ ଗହଳିରେ ସାମାଜିକ ବାସନ୍ଦ ଭଳି କଥା ଉଠୁଥିବାରୁ କୋଭିଡ ଟେଷ୍ଟ କରିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି l ତେବେ ସୁଦୂର ଚୀନ ରୁ ଓଡିଶା ରୋଗ ନିଜର କାୟା କୁ ବିସ୍ତାର କରି ସାରା ବିଶ୍ୱକୁ ଏବେ ଦୋହଲାଇ ଦେଇଥିବା ବେଳେ ଘରେ ଘରେ ହେଉଥିବା ଥଣ୍ଡା ଜ୍ୱର କାଶ କରୋନା ର ଲକ୍ଷଣ ସହିତ ମିଶୁଥିବା ବେଳେ କେହି କେହି ଏଗୁଡ଼ିକୁ ଭାଇରସ ଜ୍ୱର ର ଗୁଗଲି ମାରି ଚୁପ ଚାପ ବସିଯାଉଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ