ଘରେ ଘରେ ପୂଜା ପାଇଲେ ବିଘ୍ନରାଜ
ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା କଟକଣା ପାଇଁ ବନ୍ତ ବ୍ଲକର ଘରେ ଘରେ ବିଘ୍ନରାଜ ପୂଜା ପାଇଥିବାର ଦେଖାଯାଇଛି । କରୋନା ମହାମାରୀ ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖିଛନ୍ତି । ଏପରିପେକ୍ଷୀରେ ବିଦ୍ୟାଦାତା ଗଜାନନଙ୍କର ପୂଜା ପାଳନ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଫଳରେ ଚଳିତ ବର୍ଷ ପୂଜାର ମାହୋଲ ଏକପ୍ରକାର ଫିିକା ପଡିଯାଇଛି । ସ୍କୁଲ, କଲେଜ, ବଜାର ଅଞ୍ଚଳରେ ପୂଜା ଉତ୍ସବ ପାଳନ ହୋଇନଥିବା ଦେଖାଯାଇଛି । ତେବେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନେ ନିଜ ଘରେ ବିଘ୍ନରାଜଙ୍କ ପୂଜା ପାଳନ କରିଛନ୍ତି । ସେହିପରି ଚଳିତ ବର୍ଷ କାରିଗର ମାନେ ମୂର୍ତ୍ତି ତିଆରି ଉପରେ ଗୁରୁତ୍ୱ ଦେଇନଥିଲେ । ତେବେ ଆଗରପଡା ଅଞ୍ଚଳର ଶିଳ୍ପୀ ପଦ୍ମନାଭ ସେଠୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ନିଆରା ଢଙ୍ଗରେ ଗଜାନନଙ୍କ ମୂର୍ତ୍ତି ନିର୍ମାଣ କରିଥିବା ଦେଖାଯାଇଛି । ଜଗନ୍ନାଥଙ୍କ ମୁଖ ଥିବା ଗଣେଶ ମୂର୍ତ୍ତି ଭକ୍ତ ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଛି । ସବୁ ବର୍ଷ ନୂଆ ଢଙ୍ଗରେ ମୂର୍ତ୍ତି ତିଆରି କରି ଶ୍ରୀ ସେଠୀ ଚର୍ଚ୍ଚାରେ ରହିଆସିଛନ୍ତି ।