ଘରେ ଘରେ ବାଗଦାତ୍ତାଙ୍କ ପୂଜା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କରୋନା ମହାମାରୀ ସଂକ୍ରମଣ ପ୍ରଭାବରେ ପାର୍ବଣ ଋତୁରେ ପାର୍ବଣ ଫିକା ପଡ଼ିଯାଇଛି ।ଧନ ଓ ଜୀବନ ସୁରକ୍ଷା ପାଇଁ ପ୍ରଶାସନ କଠୋର ହୋଇଯାଇଛି ।ପୁଜା ମଣ୍ଡପରେ ପୂଜାର୍ଚ୍ଚନା ପାଇଁ ମନା କରି ଦେଇଛି ।ଆଜି ପବିତ୍ର ଗଣେଶ ଚତୁର୍ଥୀ ।ବିଦ୍ଯାଦାତ୍ତା ଗଣେଶକଙ୍କ ସବୁ ବାଣିଜ୍ୟ ପ୍ରତିଷ୍ଠାନ,ମଣ୍ଡପ, ଶିକ୍ଷା ଅନୁଷ୍ଠାନରେ କରାଯାଏ । କିନ୍ତୁ ସରକାରଙ୍କ କୋଭିଡ କଟକଣାକୁ ସମ୍ମାନ ଦେଇ ଘରେ ଘରେ ଗଣେଶ ପୂଜା ପରିବାର ବର୍ଗଙ୍କ ସହ ବହୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । କେହି ବଜାରରୁ ମୂର୍ତ୍ତି କିଣିଥିଲେ,କିଏ ଫଟୋରେ,କିଏ ନିଜେ ମୂର୍ତ୍ତି କରି କିଏ ବ୍ରାହ୍ମଣ ଡାକି ତ କିଏ ମୋବାଇଲରେ ଡିଜିଟାଲ ଗଣେଶ ପୂଜା କରିଛନ୍ତି । ପଲ୍ଲୀରୁ ସହର ସବୁ ଗଣେଶ ମୟ ହୋଇ ଯାଇଥିଲା ।ଶଙ୍ଖ ,ଘଣ୍ଟ ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ଗାଁ ଦାଣ୍ଡ ।ରୀତିବିଧି ନେଇ ଛାତ୍ର ଛାତ୍ରୀ ମାନେ ନବ ବସ୍ତ୍ର ପରିଧାନ କରି ଗଣେଶଙ୍କ ପାଖରେ ନଡ଼ିଆ, କଦଳୀ,ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବାର ପରିଲକ୍ଷିତ ହୋଇଥିଲା ।