ଘରେ ଘରେ ରୋଷେଇ ଘର କବାଟ ରେ ହେଲା ମା ଅଲକ୍ଷ୍ମୀ ଙ୍କ ପୂଜା 

ନିମାପଡ଼ା, (ସନ୍ତୋଷ ଦାଶ) :-ଆମ ଓଡିଆ ସଂସ୍କୃତି ରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ତା ମଧ୍ୟରୁ କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ସଂକ୍ରାନ୍ତି ଅନ୍ୟତମ । ଆଜି ସେଇ ତିଥି । ପରମ୍ପରା ଅନୁସାରେ ଘରେ ଘରେ ଥିବା ରୋଷେଇ ଘର କବାଟ ରେ ପୂଜା ପାଇଛନ୍ତି ମା ଅଲକ୍ଷ୍ମୀ। ଆଜି ଠାରୁ ସୂର୍ଯ୍ୟ ଙ୍କର ଦକ୍ଷିଣ ଦିଗକୁ ଗମନ ହୋଇଥାଏ । ଏହି ଦିନ ପୁରୀ ଶ୍ରୀମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ନିକଟରେ ଦକ୍ଷିଣାୟନ ବନ୍ଦାପନା ଓ ନୀତି ଅନୁଷ୍ଠିତ ହୋଇଥାଏ ବୋଲି ଶ୍ରୀ ଜଗନ୍ନାଥ ଙ୍କ ପୂଜା ନୀତି ପୁସ୍ତକ ରେ ବର୍ଣ୍ଣିତ ହୋଇଛି। ଅପର ପକ୍ଷରେ ପ୍ରତି ଓଡ଼ିଆ ପରିବାର ରେ ଆଜି ରୋଷେଇ ଘର କବାଟ ରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ମା ଅଲକ୍ଷ୍ମୀ ଙ୍କ ମୂର୍ତ୍ତି ଅଙ୍କାଯାଇ ସେଇ ମୂର୍ତ୍ତି ନିକଟରେ ସଂଖୁଡ଼ି ଭୋଗ ଲାଗି କରାଯାଇଛି । ମା ଅଲକ୍ଷ୍ମୀ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ ଙ୍କ ବଡ଼ ଭଉଣୀ । ବର୍ଷକରେ ଥରେ ଆଜି ତାଙ୍କ ମୂର୍ତ୍ତି ଦକ୍ଷିଣାଭିମୁଖୀ ଘର ର ରୋଷେଇ ଘର କବାଟ ରେ ଅଙ୍କାଯାଇ ତାଙ୍କୁ ପୂଜା ଓ ଭୋଗଲାଗି କରାଯାଇଥାଏ। ଏହା କଲେ ଗୃହ ର ଅନିଷ୍ଠ ଦୂର ହେବା ସହିତ ମା ଲକ୍ଷ୍ମୀ ଙ୍କ ଅପାର କରୁଣା, ଆଶ୍ରିବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଦକ୍ଷିଣାୟନ ସଂକ୍ରାନ୍ତି ପରେ ପରେ ରାଜ୍ୟ ର ପୁରପଲ୍ଲୀ ରେ ବିଭିନ୍ନ ପର୍ବ ପର୍ବାଣୀ ଆରମ୍ଭ ହୋଇ ଯାଇଥାଏ । ଏହାକୁ ନେଇ ଓଡ଼ିଆ ରେ ଏକ ଢେଗ ଶୁଣାଯାଏ। ତାହା ହେଲା – ଆଇଲା ଦକ୍ଷିଣୀ ନାନୀ …. ସବୁ ପରବ ସାଙ୍ଗରେ ଘେନି। ଦକ୍ଷିଣାୟନ ସଂକ୍ରାନ୍ତି ରେ ସମଗ୍ର ପୁରୀ ଜିଲ୍ଲା ର ପୁର ପଲ୍ଲୀ ରେ ଅନୁଷ୍ଠିତ ହୋଇଛି କବାଟ ପୂଜା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ