ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଉଦ୍ଯାପିତ

ନୟାଗଡ଼ (ଜୁଗାବ୍ଦ ନ୍ୟୁଜ୍): ବିଜୁ ଜନତା ଦଳ ନୟାଗଡ଼ ନିର୍ବାଚନ ମଣ୍ଡଳିରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଶେଷ ହୋଇଛି । ସାଧାରଣ ନିର୍ବାଚନରେ ବିଜେଡିର ନିର୍ବାଚନ ଇସ୍ତାହର ଗଠନ ପାଇଁ ମତାମତ ଦିଅନ୍ତି, ପାଳନ କରନ୍ତି ନବୀନ କାର୍ଯ୍ୟକ୍ରମକୁ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧନରେ ବିଜୁ ମହିଳା ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ, ଓଡଗାଁ ବ୍ଲକର ୧୮ପଞ୍ଚାୟତ ସମେତ ନୟାଗଡ଼ ମୁନିସିପାଲଟି ଓ ଓଡଗାଁ ବିଜ୍ଞାପିତ ଅଞ୍ଚଳରେ ପ୍ରତ୍ୟେକ ଘରେ ଘରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମତାମତ ସଂଗ୍ରହ କରାଯାଇଛି । କେଉଁ ଯୋଜନା ହିତକର କେଉଁ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ, କେନ୍ଦ୍ର ସରକାର ପାଖରେ କେଉଁ ଦାବି ଉପସ୍ଥାପିତ କରାଯିବ ତାହାଉପରେ ମତାମତ ସଂଗ୍ରହ କରାଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତି ଗୁରୁ, ମୁଥାଗାଡିଆ ସରପଚଁ, ଇଟାମାଟି ସରପଞ୍ଚଙ୍କ ନେତୃତ୍ୱରେ ଘର ଘର ବୁଲି କାର୍ଯ୍ୟକ୍ରମ ମାଧ୍ୟମରେ ମତାମତ ସଂଗ୍ରହ କରିଛନ୍ତି । ସଂଗୃହିତ ଫର୍ମକୁ ପଞ୍ଚାୟତସ୍ତରୀୟ ବକ୍ସ କରି ଆଜି ନୟାଗଡ ବିଜୁ ଜନତାଦଳ କାର୍ଯ୍ୟାଳୟ ଠାରୁ ରାଜ୍ୟ କାର୍ଯ୍ୟାଳୟକୁ ପଠାଯାଇଛି । ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା , ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କଅଁର, ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷା ମାଳତି ଗୁରୁ , ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ବ୍ଲକ ସଭାପତି ଶ୍ରବଣ କୁମାର ରାମ, ସଂଖ୍ୟାଲଘୁ ସେଲ୍ ସଭାପତି ଏସ.ଏ.ନଇମି, ନିରଞ୍ଜନ ବିଧାରଙ୍କ ସମେତ ବହୁ କର୍ମୀଙ୍କ ଉପସ୍ଥିତିରେ ରାଜ୍ୟ ଦପ୍ତରକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ