ଘରେ ନିଆଁ ଲାଗିବାରୁ ସତର୍କ କରାଇବାକୁ ଯାଇ ନିଜର ଜୀବନ ହାରିଲା ପୋଷା କୁକୁର

ନୂଆଦିଲ୍ଲୀ : କୁକୁର ମଣିଷର ଅସଲ ବନ୍ଧୁ ବୋଲି ପୂର୍ବରୁ ଅନେକ ଉଦାହରଣ ଦେଖିବାକୁ ମିଳି ସାରିଛି । ଏବେ ୱାଶିଂଟନରେ ପୁଣି ଏକ ସେଭଳି ଉଦାହରଣ ଦେଖିବାକୁ ମିଳିଛି । ନିଜ ଜୀବନକୁ ବାଜି ଲଗାଇ କୁକୁର ନିଜ ମାଲିକର ପରିବାରକୁ ଯେଉଁ ଭଳି ଭାବରେ ବଞ୍ଚାଇଥିଲା, ତାହା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।ସୂଚନା ମୁତାବକ, ମଙ୍ଗଳବାର ପ୍ରାୟ ରାତି ୨ଟାରେ ମାଲିକର ଘରେ ନିଆଁ ଲାଗିବା ଦେଖି ଜୋରରେ ଭୁକିବାକୁ ଲାଗିଥିବା ପୋଷା କୁକୁର ଜିପ୍ପି । ଘରେ ଲାଗିଥିବା ଫାୟାର ଆଲାରାମ୍ କିଛି ସମୟ ବାଜିବା ପରେ ବନ୍ଦ ହୋଇଯିବାରୁ ଘରେ ଶୋଇଥିବା ପରିବାର ସଦସ୍ୟଙ୍କୁ ଲାଗିଥିବା ନିଆଁ ବିଷୟରେ ଜଣା ପଡ଼ି ନଥିଲା । ଏହା ଦେଖି ଜିପ୍ପି ସମସ୍ତଙ୍କ ରୁମ୍ ବାହାରକୁ ଯାଇ ଜୋରରେ ଭୁକିବା ଆରମ୍ଭ କରିଥିଲା । କିଛି ସମୟରେ ପରେ ସମସ୍ତଙ୍କ ନିଦ ଭାଙ୍ଗିବାରୁ ଘରର ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ବାହାରକୁ ଆସି ଯାଇଥିଲେ । କିନ୍ତୁ କୁକୁରଟି ଘର ଭିତରେ ରହି ଯାଇଥିଲା । ନିଆଁ ବି ଯାଇଥିବାରୁ କେହି ଘର ଭିତରକୁ ଯାଇ ଜିପ୍ପିକୁ ବଞ୍ଚାଇ ପାରିଲେ ନାହିଁ । ଶେଷରେ କୁକୁର ହିଁ ମଣିଷର ଅସଲ ବନ୍ଧୁ ବୋଲି ପ୍ରମାଣ କରିଗଲା ଜିପ୍ପି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ