ଘରେ ପଶି ଆଇନଜୀବୀଙ୍କୁ ଏସିଡ ମାଡ଼
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସହରର ଜଣେ ଆଇନଜୀବୀଙ୍କୁ ଏସିଡ ମାଡ୍ ହୋଇଛି । ଆଇନଜୀବୀଙ୍କୁ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି. ଆକ୍ରମଣର ଶିକାର ହୋଇଥିବା ପି. ରାମା ରାଓଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ଏବଂ ଅବସ୍ଥା ଗୁରୁତର ଥିବା ଯୋଗୁଁ ଆନ୍ଧ୍ରର ବିଶାଖାପାଟଣା ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପାରଳା ସହର ସମେତ ସମଗ୍ର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟି ଥିବା ସହ ଏଭଳି ଘଟଣା ନେଇ ସାଧାରଣରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି.ସୂଚନା ଅନୁଯାୟୀ, ଆଇନଜୀବୀ ପି. ରାମା ରାଓ ଶନିବାର ଘରେ ଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଦୁଇ ଜଣ ଦୂର୍ବୃତ୍ତ ହେଲମେଟ ଲଗାଇ ଏକ ବାଇକ୍ରେ ପାରଳା ସହରର ଜଙ୍ଗମସାହିସ୍ଥିତ ଶ୍ରୀ ରାଓଙ୍କ ଘରେ ପହଞ୍ଚ୍ କଲିଂ ବେଲ ସୁଇଚ୍ ମାରି ଚିପିଥିଲେ। କଙ୍ଗି ବେଲ୍ ଶବ୍ଦ ଶୁଣି ଶ୍ରୀ ରାଓ କବାଟ ଖୋଲି ବାହାରକୁ ଆସିଲା ବେଳେ ତାଙ୍କ ଉପରକୁ ଏସିଡ୍ ମାଡ଼ କରି ଦୂର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଫଳରେ ଶ୍ରୀ ରାଓ ଗୁରୁତର ହୋଇଥିଲେ। ସେ ଚିତ୍କାର କରିବାରୁ ପରିବାର ଲୋକେ ଆସି ଉଦ୍ଧାର କରିଥିଲେ. ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଓ ପରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପର୍ଣ ଥିବାରୁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଥାନାରେ ଅଭିଯୋଗ ପରେ ପାରଳାଖେମୁଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚ୍ ତଦନ୍ତ ଆରମ୍ଭକରିଥିବା ନେଇ ଗଜପତି ଏସପି ସୂଚନା ଦେଇଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥ୍ଯବା ଜଣାପଡିଛି । କୌଣସି ମାମଲାକୁ ନେଇ ଆଇନଜୀବୀଙ୍କ ଉପରେ ଆକ୍ରୋଶ ରଖି ଦୂର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି । ଘଟଣା ନେଇ ପାରଳାଖେମୁଣ୍ଡି ଥାନା ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତିଯେ, ଘଟଣାକୁ ନେଇ ସବୁ ଦିଗରୁ ଅନୁଧ୍ୟାନ କରାଯାଇ ତଦନ୍ତ ଚାଲିଛି. ଅତି ତୁରନ୍ତ ଏହି ଦୁର୍ବତ୍ତମାନଙ୍କୁ ଗିରଫ କରାଯିବ.