ଘରେ ପଶି କଳାକନା ବୁଲାଇଲେ ଚୋର : ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଚୋରୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜୁଇଦାସପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ କେହିନଥିବାର ସୁଯୋଗରେ ଚୋର ପଶି କଳାକନା ବୁଲାଇ ଦେଇଛନ୍ତି । ସେହି ଗ୍ରାମର ମନୋଜ କୁମାର ବାରିକ ପରିବାର ସହିତ ତାଙ୍କ ଚାକିରୀ ସ୍ଥାନରେ ରୁହନ୍ତି । ତେଣୁ ତାଙ୍କ ଦୁଇ ମହଲା ବିଶିଷ୍ଟ ଘରଟି ଦୀର୍ଘଦିନ ହେବ ତାଲାପଡି ରହିଛି । ତେଣୁ ସେହି ଘରେ କେହି ରହୁନଥିବାର ସୁଯୋଗ ନେଇ ଶନିବାର ରାତିରେ ଦୁର୍ବୁତ କବାଟ ଭାଙ୍ଗି ଘରେ ପଶି ଆଲମାରିରେ ଥିବା ୧୪୪ଗ୍ରାମ ଓଜନର ସୁନା ଗହଣା ସମେତ ନଗଦ ଟଙ୍କା ଚୋରୀ କରିନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ପଡୋଶୀଙ୍କ ଠାରୁ ଖବର ପାଇ ମନୋଜ ଗ୍ରାମରେ ପହଞ୍ଚି ଦେଖନ୍ତି ତ ଘର ଭିତରେ ଥିବା ଆଲମାରୀ ଓ ବାକ୍ସ ତଡାଯାଇଥିବା ବେଳେ ସମସ୍ତ ଜିନିଷପତ୍ର ବିକ୍ଷିପ୍ତ ଭାବେ ଏଣେ ତେଣେ ପଡିଛି । କିନ୍ତୁ ନଗଦ ଟଙ୍କା ଓ ସୁନା ଗହଣା ବ୍ୟତିତ ଅନ୍ୟ ଆସବାବପତ୍ର ସୁରକ୍ଷିତ ଥିବା ମନୋଜ କହିଛନ୍ତି । ସଦର ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ