ଘରେ ପଶି ଦୁଷ୍କର୍ମ ଉଦ୍ୟମ
ଘଟଗାଁ , (ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଘଟଗାଁ ଥନା ଅନ୍ତର୍ଗତ କୁଣ୍ଡାପିଠା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଁର ଜଣେ ନିରିହ ଯୁବତୀଙ୍କୁ ଘରେ ଏକୁଟିଆ ଥିବାର ଦେଖି ତାଙ୍କୁ ଟଣାଉଟରା କରିବା ସହିତ ଦୁଷ୍କର୍ମ କରିବାକୁ ଉଦ୍ଦ୍ୟମ କରିଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ ଯୁବକ ଜଣଙ୍କ ଗତକାଲି ବହି ବିକିବା ପାଇଁ କୁଣ୍ଡାପିଠା ହାଇସ୍କୁଲକୁ ଆସିଥିଲା । ସ୍କୁଲରେ ବହି ବିକିବା ପରେ ସେ ଉକ୍ତ ଯୁବତୀଙ୍କ ଘରଦେଇ ଯାଉଥିଲା । କୌଣସି କାରଣରୁ ସେ ଉକ୍ତ ଯୁବତୀ ପାଖକୁ ଯାଇଥିଲା । ପରେ ପରେ ତାକୁ ଟଣାଉଟରା କରିବା ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା ବୋଲି ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି । ଯୁବତୀ ଜଣଙ୍କୁ ଟଣାଉଟରା କରିବା ସମୟରେ ପାଟି କରିବାରୁ ଯୁବ ଜଣଙ୍କ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ତାକୁ ଧରି ଘଟଗାଁ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଗାଁ ପୋଲିସ୍ ଘଟଣାସ୍ଥଳକୁ ଯାଇ ପଚରାଉଚରା କରିବା ସହିତ ଅଭିଯୁକ୍ତକୁ ଥାନାରେ ରଖାଯାଇଥିଲା । ପୋଲିସ୍ର ପ୍ରାଥମିକ ତଦନ୍ତ ପରେ ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲାର ବିନିତ କୁମାର ଲେଙ୍କା ବୋଲି ପୋଲିସ୍ ପକ୍ଷରୁ ସୁଚନା ମିଳିଛି । ଅନ୍ୟପକ୍ଷରେ ଘଟଣାସ୍ଥଳରୁ ପୋଲିସ୍ ଗୋଟିଏ ବ୍ୟାଗ୍ ଏବଂ (ଓଆର୍-୦୫-ଟି-୪୬୩୮) ନମ୍ବର ବିଶିଷ୍ଟ ଗୋଟିଏ ବାଇକ୍ ଜବଦ କରିବା ସହିତ ତଦନ୍ତ ଚଲାଇଥିବା ବେଳେ ଗାଁଲୋକେ ଅଭିଯୁକ୍ତକୁ କର୍ମଅନୁଯାୟୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।