ଘରେ ପଶି ମହିଳାଙ୍କୁ ଆକ୍ରମଣ କଲା ବରାହ

ବୁଗୁଡା,(ୱାଏନଏସ):ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ ବରାହ। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମତାଝରି ଗ୍ରାମର ଜଣଙ୍କ ଘରେ ବନ୍ୟଜନ୍ତୁ ବରାହ ପ୍ରବେଶ କରି ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଆହାତ ମହିଳା ଜଣକ ହେଲେ ମତାଝରି ଗ୍ରାମର ଗୀତାଞ୍ଜଳୀ ପ୍ରଧାନ। ଗୀତାଞ୍ଜଳୀ ନିଜ ଘରେ କାର୍ଯ୍ଯ କରୁଥିବା ସମୟରେ ହଠାତ୍ ଏକ ବରାହ ଖାଦ୍ଯ ଅନ୍ୱେଷଣରେ ଘର ଭିତରକୁ ପ୍ରବେଶ କରିଥିଲା। ବରାହକୁ ଦେଖି ଗିତାଞ୍ଜଳୀ ତଳେ ପଡିଯିବା ଯୋଗୁଁ ବରାହ ଆକ୍ରମଣର ସମ୍ମୁଖିନ ହୋଇଥିଲେ। ଗ୍ରାମବାସୀ ବୃନ୍ଦ ଆହାତ ଗିତାଞ୍ଜଳୀଙ୍କୁ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିବା ସହ ବନ ବିଭାଗକୁ ଖବର ଦେଇଥିଲେ। ବୁଗୁଡା ବନ ବିଭାଗ କର୍ମଚାରୀ ମତାଝରି ଗ୍ରାମରେ ପହଞ୍ଚି ବରାହକୁ କୌଶଳ କ୍ରମେ ଘରୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ