ଘରେ ପଶି ମହିଳାଙ୍କୁ ଆକ୍ରମଣ ଅଭିଯୋଗ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଚକାତେନ୍ତୁଳି ଗ୍ରାମର  ବବି ସ୍ବାଇଁ ନାମ୍ନୀ ଜଣେ ମହିଳା ଙ୍କୁ ତାଙ୍କ ଗାଁ ର ରିଣ୍ଟୁ ଗୌଡ଼ ଘରେ ପଶି ଅସଦାଚରଣ କରିବା ସହ ଠେଙ୍ଗା ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ସ୍ବାମୀ ରାଜେନ୍ଦ୍ର ଙ୍କ ଅନୁପସ୍ଥିତିରେ ତାଙ୍କୁ ଏଭଳି ଆକ୍ରମଣ କରାଯାଇଛି।ଆକ୍ରମଣରେ ଗୁରୁତର ଆହତ ବବି ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୬୮/୨୫ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି।ଗତ ଗୁରୁବାର ଅପରାହ୍ନ ପ୍ରାୟ ୪ ଟାରେ ବବି ତାଙ୍କ ଘର ସଫା କରୁଥିବା ବେଳେ ପୂର୍ବଶତ୍ରୁତା କୁ କେନ୍ଦ୍ରକରି ଅଭିଯୁକ୍ତ ରିଣ୍ଟୁ ତାଙ୍କ ଘର ବାରିପଟୁ ଆସି ଟଣାଓଟରା କରିବା ସହ ନିସ୍ତୁକ ମାଡ ମାରିବାରୁ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ।ସାନଝିଅ ଦୌଡ଼ି ଯାଇ ବାପା ରାଜେନ୍ଦ୍ର ଙ୍କୁ ଡାକିଥିଲେ। ରାଜେନ୍ଦ୍ର ଆସିବା ଦେଖି ରିଣ୍ଟୁ ଦୌଡ଼ି ପଳାଇଥିଲେ। ଆହାତ ବବି ଙ୍କୁ ଦିଗପହଣ୍ଡି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସା ପରେ ଘଟଣାର ପରଦିନ ବବି ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ପୂର୍ବ ଶତ୍ରୁତାର ସମାଧାନ ପାଇଁ ଗତ ୩ ତାରିଖରେ ଉଭୟ ପରିବାର ମଧ୍ୟରେ ପାରିବାରିକ ନିରୂପଣ ପତ୍ର ସ୍ବାକ୍ଷରିତ ହୋଇଥିଲା।ଉକ୍ତ ଚୁକ୍ତିନାମା କୁ ଉଲଂଘନ କରି ରିଣ୍ଟୁ ତାଙ୍କୁ ଘରେ ପଶି ତୋ ଝିଅ କୁ ଡାକେ ମୁଁ ତାକୁ ଦେଖିବି ନହେଲେ ଜୀବନରେ ମାରିଦେବାକୁ ଧମକ ଦେବା ସହ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ