ଘରେ ପଶି ମାଡମାରି ଟଙ୍କା ଲୁଟ ଅଭିଯୋଗ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  ଫାସିଗୁଡା ଗ୍ରାମରେ କଳାମୁଖାଧାରୀ ଦୁର୍ବୃତ୍ତ ମାନେ ଆତଙ୍କ ସୃଷ୍ଟି କରିଥିବା ନେଇ ଶନିବାର ଅଭିଯୋଗ ହୋଇଛି।ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୫ ଜଣ ଦୁର୍ବୃତ୍ତ ଗ୍ରାମର ରାମକୃଷ୍ଣ କିରାଣୀ ଦୋକାନର ତାଲା ଭାଙ୍ଗି ଘରେ ପଶିଥିଲେ।ପରିବାର ଲୋକଙ୍କ ନିଦ ଭାଙ୍ଗିଯିବା ପରେ ଦୁର୍ବୃତ୍ତ ମାନେ ଘରେ ଶୋଇଥିବା  ନାରାୟଣ ପ୍ରଧାନ, ତାଙ୍କ ମା’ ସବିତା ପ୍ରଧାନ ଏବଂ ସଙ୍ଗାତ ବାପା ରାମକୃଷ୍ଣ ପଣ୍ଡାଙ୍କୁ ନିସ୍ତୁକ ମାଡ ମାରିଥିବା ଜଣାପଡିଛି।ପରେ ଦୁର୍ବୃତ୍ତ ମାନେ ଯିବାବେଳେ ଘରୁ ପ୍ରାୟ ୧୫ ହଜାର ଟଙ୍କା ଲୁଟି ନେଇଥିବା ନାରାୟଣ ଅଭିଯୋଗ କରିଛନ୍ତି।ଏଭଳି ଘଟଣା ଶୁଣି ନାରାୟଣଙ୍କ ବାପା ରାମକୃଷ୍ଣ ପ୍ରଧାନ ବ୍ରହ୍ମପୁରରୁ ଫେରି ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ବାବାଶଙ୍କର ସରାଫ କହିଛନ୍ତି।ଶନିବାର ସକାଳେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା  ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ