ଘରେ ପହଞ୍ଚିବାକୁ ଚାହୁଁଛି ମହମ୍ମଦ ରେହାନ୍
ଖୋର୍ଦ୍ଧା,(ଯୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ରେଲୱେ ପୋଲିସ ଗତ ୫ ତାରିଖରେ ଜଣେ ୧୨ ବର୍ଷୀୟ ବାଳକଟିକୁ ରେଲୱେ ଷ୍ଟେସନରୁ ଉଦ୍ଧାର କରିଛି । ନାବାଳକଟିର ନାମ ମହମ୍ମଦ ରେହାନ ,ପିତା-ସେହଦ ଅଫରଦ୍, ମା- ପେରବିନ୍ ବେଗମ୍ , ସେ ପୁରୀ ଅଂଚଳର ମୁସଲିମ ବସ୍ତି ବୋଲି କହିଛି । ସେ କହିବା ଅନୁଯାୟୀ ତାଙ୍କର ବାପା ଜଣେ କାର ଡ୍ରାଇଭର । ପିଲାଟିକୁ ନିଜର ଘରେ ପହଞ୍ଚାଇବା ନିମନ୍ତେ କିଛି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ନାବାଳକଟିକୁ ସୋମବାର ଦିନ ପୁରୀର ବିଭିନ୍ନ ସ୍ଥାନ ବୁଲାଇ ବସ୍ତି ବାସିନ୍ଦା ଙ୍କୁ ଦେଖାଇ ଥିଲେ ମଧ୍ୟ ସେଠାରେ ବସବାସ କରୁଥିବା କେହି ମଧ୍ୟ ତାଙ୍କ ବାପାଙ୍କର ପରିଚୟ ଦେଇପାରିନାହାନ୍ତି । ଓ ସେ ସଠିକ୍ ଭାବରେ ଠିକଣା କହିପାରୁନାହାନ୍ତି । ସେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଛି । ତେଣୁ ଉକ୍ତ ନାବାଳକଟିର ଯଦି କେହି ପରିଚୟ ଜାଣିଥାଏ ତେବେ ନିକଟସ୍ଥ ଥାନାରେ ଜଣାଇବାକୁ ଅନୁରୋଧ ।