ଘରେ ପାଳନ୍ତୁ ବିଶ୍ବ ପିତୃ ଦିବସ
ଚଳିତ ମାସ ୨୧ ତାରିଖ ହେଉଛି ଫାଦର୍ସ ଡେ’ ବା ପିତୃ ଦିବସ। ଏହି ଦିନ କେତେକ ଲୋକ ନିଜ ପିତାଙ୍କୁ ନେଇ ବାହାରକୁ ବୁଲି ଯାଉଥିବାବେଳେ ଆଉ କେତେକ ତାଙ୍କ ପସନ୍ଦର ସ୍ପେସାଲ ଖାଦ୍ୟ ରାନ୍ଧିଥାନ୍ତ।` କିନ୍ତୁ କୋରୋନା ଭାଇରସ କାରଣରୁ ଚଳିତ ବର୍ଷ ବାହାରକୁ ବୁଲିଯିବା ସମ୍ଭବ ନୁହେଁ। ତେଣୁ ଘରେ ରହି ତାଙ୍କୁ ସ୍ପେସାଲ ଅନୁଭବ କରାଇପାରିବେ। ଘରେ ରହି ମଧ୍ୟ ଆପଣ ଏହି ଦିନଟିକୁ ନିଜ ପିତାଙ୍କ ପାଇଁ ଖାସ୍ କରିପାରିବେ। ଏଠାରେ ଏପରି କେତେକ ଟିପ୍ସ ଦିଆଗଲା, ଯାହା ଦ୍ବାରା ପିତୃ ଦିବସକୁ ଆପଣ ସ୍ମରଣୀୟ କରିପାରିବେ।
ନିଜେ ତିଆରି କରନ୍ତୁ ଉପହାର: ଫାଦର୍ସ ଡେ’ ଏପରି ଏକ ଦିନ ଯେଉଁ ଦିନ ସମସ୍ତେ ନିଜ ବାପାଙ୍କ ସହିତ ଜଣେ ବେଷ୍ଟ ଫ୍ରେଣ୍ଡ ଭାବେ ସେଲିବ୍ରେସନ୍ କରିବାକୁ ଚାହିଥାନ୍ତି। ଯାହା କିଛି ଆମେ ଏହି ଦିନ କରିପାରିବା, ହୁଏତ ଅନ୍ୟ ଦିନରେ ତାହା କରିପାରିବା ନାହିଁ। ତେଣୁ ନିଜ ହାତରେ ତିଆରି କରି କିଛି ଉପହାର ବାପାଙ୍କୁ ଦିଅନ୍ତୁ। ବଜାରରୁ କିଣି ମହଙ୍ଗା ଉପହାର ଆପଣ କେବେ ବି ଦେଇପାରିବେ। କିନ୍ତୁ ବହୁତ କମ୍ ସୁଯୋଗ ମିଳିବ, ଯେଉଁଦିନ ଆପଣ ନିଜ ହାତରେ ତିଆରି କିଛି ଉପହାର ତାଙ୍କୁ ଦେଇପାରିବେ।
ଫଟୋ କୋଲାଜ: ଜଣେ ବାପାଙ୍କ ପାଇଁ ନିଜ ପିଲାଙ୍କ ସହିତ ବିତାଇଥିବା ମୁହୂର୍ତ୍ତ ସବୁଠାରୁ ମୂଲ୍ୟବାନ ଅଟେ। ତେଣୁ ଏହି ସମସ୍ତ ସ୍ମରଣୀୟ ମୁହୂର୍ତ୍ତର ଫଟୋ ବାହାର କରି ଏହାର କୋଲାଜ ତିଆରି କରନ୍ତୁ। ଏହି ଫଟୋରେ ପୁରୁଣା ଦିନର ଫଟୋକୁ ମଧ୍ୟ ସାମିଲ୍ କରନ୍ତୁ ଯାହା ଆପଣ ଓ ଆପଣଙ୍କ ପିତାଙ୍କ କାହାଣୀ ବୟାନ କରିପାରିବ। ଏହି ଉପହାର ନିହାତି ଭାବେ ତାଙ୍କୁ ଭାବପ୍ରବଣ କରିଦେବ। ଫ୍ୟାମିଲି ଫଟୋ କୋଲାଜ ବଦଳରେ ଆପଣ ପିତାଙ୍କ ପୁରୁଣା ଦିନର ଫଟୋକୁ ମଧ୍ୟ କୋଲାଜ କରିପାରିବେ। ତାଙ୍କର ପିଲାଦିନରୁ ଆରମ୍ଭ କରି ସ୍କୁଲ୍, କଲେଜ୍, ଅଫିସ୍, ଫ୍ୟାମିଲ୍ ଲାଇଫର ଯାତ୍ରାକୁ ଏଥିରେ ଦେଖାଇ ପାରିବେ।
ପସନ୍ଦର ଗୀତ: ନିଜ ପିତାଙ୍କ ପସନ୍ଦର ଗୀତକୁ ଚୟନ କରି ଏହାର ଏକ ଫୋଲ୍ଡର ତିଆରି କରନ୍ତୁ। ଏହାକୁ ପେନ୍ ଡ୍ରାଇଭରେ ସେଭ୍ କରି ବାପାଙ୍କୁ ଉପହାର କରନ୍ତୁ। ଦେଖିବେ ଏହା ତାଙ୍କୁ ବାସ୍ତବରେ ଖୁସି କରିଦେବ। କାରଣ ସେ ଯେତେବେଳେ ବି ଚାହିଁବେ ନିଜ ପସନ୍ଦର ଗୀତ ଶୁଣିପାରିବେ।
କାର୍ଡ: ଭାବନାକୁ ଜଣାଇବା ଲାଗି କାର୍ଡ ଏକ ଉପଯୁକ୍ତ ମାଧ୍ୟମ। ଏହି କାର୍ଡକୁ ସିମ୍ପଲ ରଖିବା ବଦଳରେ ଲେଟର ଫର୍ମରେ ରଖନ୍ତୁ। ଜଣେ ପିତାଙ୍କ ପାଇଁ ନିଜ ପିଲାଙ୍କ ଭାବନା ଓ ତାଙ୍କ ପ୍ରତି ଥିବା ଭଲପାଇବା ଜାଣିବା ଠାରୁ ଉତ୍ତମ ଉପହାର ଆଉ କିଛି ଥାଇ ନ ପାରେ।
ଏଭଳି କରନ୍ତୁ ସ୍ପେସାଲ: ଏହି ଫାଦର୍ସ ଡେ’ରେ ପିତାଙ୍କୁ ଘରୋଇ ତିଆରି କାର୍ଡ ଉପହାର ଦିଅନ୍ତୁ। ଏହି କାର୍ଡରେ କିଛି ସ୍ଲୋଗାନ ବା ମେସେଜ୍ ଲେଖନ୍ତୁ। କେବଳ ସେତିକି ନୁହେଁ, ଯଦି ଆପଣଙ୍କ ପାଖରେ ଆପଣଙ୍କ ବାପାଙ୍କ କିଛି ପୁରୁଣା ଫଟୋ ଅଛି, ଆପଣ ତାହା ସାହାଯ୍ୟରେ ଏକ ସ୍କ୍ରାପ୍ ବୁକ୍ ମଧ୍ୟ ତିଆରି କରିପାରିବେ। ଯଦି ଆପଣଙ୍କ ପିତା ଖାଦ୍ୟପ୍ରେମୀ, ତେବେ ତାଙ୍କ ମନପସନ୍ଦର ଡିଶ୍ ତିଆରି କରିପାରିବେ। ମନେରଖନ୍ତୁ, ଦୁନିଆର ପ୍ରତ୍ୟେକ ବାପାଙ୍କୁ ତାଙ୍କ ପିଲା ଦ୍ବାରା କରାଯାଇଥିବା ଛୋଟ ଛୋଟ କାମ ମଧ୍ୟ ବହୁତ ପସନ୍ଦ ଆସିଥାଏ।