ଘରେ ଭଙ୍ଗା ଜିନିଷ ରଖିଥିଲେ…
ଭାଙ୍ଗିଯାଇଥିବା ଜିନିଷକୁ ଘରେ ରଖିବାର ଅଭ୍ୟାସ ପ୍ରାୟ ସମସ୍ତଙ୍କର ଥାଏ । ଯଦି କିଛି ଜିନିଷ ଭାଙ୍ଗିଯାଏ ତେବେ ତାକୁ ବାହାରେ ନ ଫିଙ୍ଗି ଆମେ ଘରେ ରଖିଥାଉ । ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ । ଶାସ୍ତ୍ରବିତଙ୍କ କହିବା ଅନୁସାରେ ଏପରି କିଛିଟା ଜିନିଷ ଅଛି ଯାହା ଭାଙ୍ଗିଗଲା ପରେ ଘରେ ରଖିବା ଆଦୌ ଶୁଭ ନୁହେଁ । ଭଙ୍ଗା ଚୌକି ଏବଂ ଭଙ୍ଗା ଖଟକୁ କେବେ ବି ଘର ସମ୍ମୁଖରେ ରଖନ୍ତୁ ନାହିଁ । ଏଥିସହ କଣ୍ଟା ଜାତୀୟ ଗଛ ମଧ୍ୟ ଘର ସାମ୍ନାରେ ଲଗାନ୍ତୁ ନାହିଁ କି ରଖନ୍ତୁ ମଧ୍ୟ ନାହିଁ । ଅନ୍ୟାନ୍ୟ ଭଙ୍ଗା ଜିନିଷ ମଧ୍ୟ ଯେତେ ପାରୁଛନ୍ତି ଘରଠୁ ଦୂରେଇ ରଖନ୍ତୁ । ଭଙ୍ଗା ଜିନିଷ ଘରେ ରଖିବା ମାନେ ଅଶୁଭ । ତେଣୁ ଭାଙ୍ଗିଯାଇଥିବା ଜିନିଷକୁ ତୁରନ୍ତ ଘରୁ ବାହାର କରି ଫିଙ୍ଗିଦିଅନ୍ତୁ ।