ଘରେ ରଖନ୍ତୁ ଫେଙ୍ଗଶୁଇ ମୁଦ୍ରା
ଯେତେ ଚେଷ୍ଟା କଲେ ମଧ୍ୟ ବ୍ୟବସାୟ ଠିକ୍ରେ ଚାଲୁ ନାହିଁ କି? ଘରେ ସବୁବେଳେ କଳିଝଗଡା ଲାଗି ରହୁଛି କି? ଯଦି ଏମିତି ହେଉଛି ତାହା ହେଲେ ଏହା ଆଖପାଖ ନକାରାତ୍ମକ ଶକ୍ତିର ପ୍ରଭାବ । ଭାରତୀୟ ବାସ୍ତୁଶାସ୍ତ୍ର ଓ ଚୀନର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଏମିତି କିଛି ଉପାୟ ରହିଛି ଯାହା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡିକୁ ପ୍ରଭାବହୀନ କରାଯାଇପାରିବ । ତା’ ହେଲେ ଆସନ୍ତୁ ଜାଣିବା ଘର ବା ବ୍ୟବସାୟ ପ୍ରତିଷ୍ଠାନ ଉପରୁ କିପରି ନକାରାତ୍ମକ ଶକ୍ତିଗୁଡିକୁ ଦୂରେଇ ରଖିବ । ବହୁତ ପ୍ରୟାସ ପରେ ବି ବ୍ୟବସାୟରେ ବିଶେଷ କିଛି ଅଗ୍ରଗତି ହେଉ ନଥିଲେ ଲାଲ ରଙ୍ଗର ସୂତାରେ ତିନିଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଦୋକାନ ଅବା ଅଫିସର ମୁଖ୍ୟ ଦ୍ୱାର ନିକଟରେ ଉତ୍ତର ଦିଗରେ ଝୁଲାଇ ରଖନ୍ତୁ । ଶୁଭ ଫଳ ମିଳିପାରେ । ଅନେକ ସମୟରେ ଉଧାରରେ ଦେଇଥିବା ଟଙ୍କା ଫେରି ପାଇବାରେ ବିଳମ୍ବ ହୋଇଥାଏ । ଏମିତି ତ ଏଥିପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଘରେ ବେଡ ରୁମ୍ର ଝରକାରେ ଲାଲ ରଙ୍ଗର ସୂତାରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଝୁଲାଇ ଦିଅନ୍ତୁ ।