ଘରେ ରଖନ୍ତୁ ଫେଙ୍ଗଶୁଇ ମୁଦ୍ରା: ଦେଖନ୍ତୁ କ’ଣ ହେଉଛି
ଯେତେ ଚେଷ୍ଟା କଲେ ମଧ୍ୟ ବ୍ୟବସାୟ ଠିକ୍ରେ ଚାଲୁ ନାହିଁ । ଘରୁ ସବୁବେଳେ କଳିଝଗଡା ଲାଗି ରହୁଛି? ଯଦି ଏମିତି ହେଉଛି ତା ହେଲେ ଏହା ଆଖପାଖ ନକାରାତ୍ମକ ଶକ୍ତିର ପ୍ରଭାବ । ଭାରତୀୟ ବାସ୍ତୁଶାସ୍ତ୍ର ଓ ଚୀନର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଏମିତି କିଛି ଉପାୟ ରହିଛି ଯାହା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡିକୁ ପ୍ରଭାବହୀନ କରାଯାଇପାରିବ । ତା ହେଲେ ଆସନ୍ତୁ ଜାଣିବା ଘର ବା ବ୍ୟବସାୟ ପ୍ରତିଷ୍ଠାନ ଉପରୁ କିପରି ନକାରାତ୍ମକ ଶକ୍ତିଗୁଡିକୁ ଦୂରେଇ ରଖିବ ।
ବହୁତ ପ୍ରୟାସ ପରେ ବି ବ୍ୟବସାୟରେ ବିଶେଷ କିଛି ଅଗ୍ରଗତି ହେଉ ନଥିଲେ ଲାଲ ରଙ୍ଗର ସୂତାରେ ତିନିଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଦୋକାନ ଅବା ଅଫିସର ମୁଖ୍ୟ ଦ୍ୱାର ନିକଟରେ ଉତ୍ତର ଦିଗରେ ଝୁଲାଇ ରଖନ୍ତୁ । ଶୁଭ ଫଳ ମିଳିପାରେ ।
ଅନେକ ସମୟରେ ଉଧାରରେ ଦେଇଥିବା ଟଙ୍କା ଫେରି ପାଇବାରେ ବିଳମ୍ବ ହୋଇଥାଏ । ଏମିତି ତ ଏଥିପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଘରେ ବେଡ ରୁମ୍ର ଝରକାରେ ଲାଲ ରଙ୍ଗର ସୂତାରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଝୁଲାଇ ଦିଅନ୍ତୁ ।
ଚାକିରି ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି କି? ନିଜ କୋଠରୀର ଦକ୍ଷିଣ ଦିଗରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ଝୁଲାଇ ରଖନ୍ତୁ । ସମସ୍ୟା ଦୂର ହୋଇପାରେ ।
ଘରେ ବେଳେ ବେଳେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେଉଥିଲେ ଘରର ମୁଖ୍ୟ ଦ୍ୱାରରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ବାନ୍ଧି ଦିଅନ୍ତୁ । ଦୁଭାର୍ଗ୍ୟ ଆପଣଙ୍କ ପିଛା ଛାଡୁ ନଥିଲେ ବି ଆପଣ ଏମିତି କରିପାରିବେ ।