ଘରେ ରଖିଥିଲେ ବିଭିନ୍ନ ପ୍ରକାର କାଠ, ଚଢ଼ାଉ କଲା ପୋଲିସ୍ ଓ ବନ ବିଭାଗ, ଜଣେ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ଗ୍ରାମରେ ପାଟପୁର ପୋଲିସ ଓ ପୋଡାମାରି ବନ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରି ବିପୁଳ ପରିମାଣ ର ବେଆଇନ କାଠ ପଟା ଜବତ କରାଯିବା ସହ ଜଣଙ୍କୁ ଗିରଫ କରି ପୋଡ଼ାମାରି ବନ ବିଭାଗ l ଗିରଫ ଜଣଙ୍କ ହେଲେ ଖେମୁଣ୍ଡିଖୋଲ ଗ୍ରାମର ସାନଲିମା ମଣ୍ଡଳ l ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୋଡ଼ାମାରି ବନ ବିଭାଗ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଙ୍କ ନେତୃତ୍ୱରେ ଏକ ଟିମ୍ ବିଶେଷ ସୂତ୍ର ରୁ ଖବର ପାଈ ଖେମୁଣ୍ଡିଖୋଲ ଗ୍ରlମରେ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ବିଭିନ୍ନ ପ୍ରକାର।କିସମର ତିନି ଟ୍ରାକ୍ଟର କାଠ ପଟା ଜବତ କରିଥିବା ପୋଡ଼ାମାରି ବନ ବିଭାଗ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି l।ଜବତ ହୋଇଥିବା କାଠ ପଟା ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଯଥା ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି


